ଆପଣଙ୍କ ସମ୍ମୁଖରେ ରହିଛି ଫାରୋ 3D scanner। ଯେଉଁଥିରେ ଗୁଳି ଖୋଜୁଛି କ୍ରାଇମବ୍ରାଞ୍ଚ। ଏଇ ସ୍କାନର ମେସିନ୍ କହିବ, କେଉଁଠି ଆଉ କେମିତି ଗୁଳି କରିଥିବ ଗୋପାଳ। ଆଉ କୌଣସି ଗୁଳି ଏଠାରେ ପଡିଛି କି ନାହିଁ। ଯେମିତି କୌଣସି ସୁରାକ୍ ମିସ୍ ନ ହୋଇଯାଏ ସେଥିପାଇଁ ଏଭଳି 3D Scanning ବ୍ୟବସ୍ଥାକୁ ଆପଣେଇଛି ତଦନ୍ତକାରୀ ଟିମ୍ କ୍ରାଇମବ୍ରାଞ୍ଚ।
୩୬୦ ଡିଗ୍ରୀରେ ଭିଡିଓ ଉତ୍ତୋଳନ କରାଯାଉଛି। ହତ୍ୟାକାଣ୍ଡ ଘଟିଥିବା ଅଞ୍ଚଳ ଓ ଏହାର ପାର୍ଶ୍ବବର୍ତ୍ତି ଅଞ୍ଚଳର ସମ୍ପୁର୍ଣ୍ଣ ତଦାରଖ କରାଯାଉଛି। ବମ୍ ସ୍କ୍ବାର୍ଡ ହାତରେ ମେଡାଲ ଡିଟେକ୍ଟର ଧରି ତଦନ୍ତ କରୁଛନ୍ତି। ତନ୍ନତନ୍ନ କରି କ୍ରାଇମ ସିନ୍ ରି-କ୍ରିଏଟ୍ କରାଯିବ ବୋଲି କୁହାଯାଉଛି।
ଯଦି ଏହା ସୁଚିନ୍ତିତ ହତ୍ୟାକାଣ୍ଡ ହୋଇଥିବ ତା ହେଲେ ହତ୍ୟାକାଣ୍ଡର ଆସାମୀ ତଦନ୍ତକୁ ପ୍ରଭାବିତ କରିବାକୁ ଚେଷ୍ଟା କରିବ। ସୁରାକ୍ ମାଟିରେ ମିଶାଇବାକୁ ମଧ୍ୟ ଚେଷ୍ଟା କରିପାରେ। ଯେଉଁଠି ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ହତ୍ୟା କରାଯାଇଛି, ସେଠାରେ କିଛି ବି ହୋଇପାରେ। ଏଣୁ ଏଭଳି ସନ୍ଦେହରେ ସମ୍ପୁର୍ଣ୍ଣ ଅଞ୍ଚଳକୁ ନିଜ ଅକ୍ତିଆରକୁ ନେଇଛି କ୍ରାଇମ୍ ବ୍ରାଞ୍ଚ। ୩୬୦ ଡିଗ୍ରୀ ଫୁଟେଜ ଉତ୍ତୋଳନ କରାଯାଉଛି। ଯାହା ସାଧାରଣ ଆଖିକୁ ଦୃଶ୍ୟମାନ ହେବନି। ତାହାକୁ ଦେଖିପାରିବ ଏହି ସ୍କାନର। ଆସନ୍ତୁ ଶୁଣିବା କ’ଣ କହୁଛନ୍ତି, ସ୍କାନ ଟିମର ସଦସ୍ୟ।
ଜଣେ ପୁଲିସ ବାବୁ ଖାକି ପୋଷାକରେ ନିଜ ଅଧିକୃତ ରିଭରବରରୁ ଗୁଳି କରି ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କଲେ। ସେ ମାନସିକ ବିକୃତ ବୋଲି କୁହାଯାଉଥିଲେ ବି ମନରେ ସନ୍ଦେହ ସୃଷ୍ଟି ହେଉଛି। ଉତ୍ତମ ସିସିଆର ରେକର୍ଡ, ସାର୍ପ ସୁଟର ଗୋପାଳ। ହତ୍ୟା ପଛରେ ସାମାନ୍ୟ ମାନସିକ ବିକୃତିକୁ ଦୋଷ ଦେଇ ଚୁପ୍ ବସିବା ଠିକ ହେବନି। ତଦନ୍ତର ନିର୍ଯାସକୁ ସାରା ରାଜ୍ୟ ଅପେକ୍ଷା କରିଛି।