ପ୍ରଶ୍ନ ନଂ ୧- କଟପ୍ପା ନେ ବାହୁବଳୀକୋ କ୍ୟୁ ମାରା ଭଳି ପ୍ରଶ୍ନରେ ଏବେ ସାରା ଓଡ଼ିଶା। ପୁଲିସ କ’ଣ ପାଇଁ ମନ୍ତ୍ରୀଙ୍କ ଶତ୍ରୁ ପାଲଟିଗଲେ। କଣ ପାଇଁ ଜାଣି ଜାଣି କାରା ବରଣ କଲେ। ନିଜ ପିଲା, ସ୍ତ୍ରୀଙ୍କୁ ଅଡୁଆରେ ପକାଇଲେ ନା ତାଙ୍କୁ ଏମିତି କରିବାକୁ କେହି ପ୍ରବର୍ତ୍ତାଇଲା ?
ପ୍ରଶ୍ନ ନଂ. ୨- ପ୍ରତିଶୋଧ ପରାୟଣତା ନା ପାଗଳାମୀ ? ନବଙ୍କୁ ଗୁଳି କରିଥିବା ଗୋପାଳ ଦାସ ବାଇଆ। ଗଣମାଧ୍ୟରେ ବୁଲୁଥିବା ପ୍ରେସକ୍ରିପସନ୍ କହୁଛି ତାଙ୍କର ମୁଣ୍ଡ ଦୋଷ ଥିଲା। କିନ୍ତୁ ଚିକିତ୍ସା କରୁଥିବା ଡାକ୍ତର କହୁଛନ୍ତି। ସେ ଧିରେ ଧିରେ ଭଲ ହୋଇ ଯାଇଥିଲେ। ତା ହେଲେ ସତ କୋଉଟା ?
ପ୍ରଶ୍ନ ନଂ. ୩- ନବ କ’ଣ ଗୋପାଳଙ୍କୁ ଚଟକଣା ମାରିଥିଲେ ? ନବ ହତ୍ୟା ଘଟଣାରେ ପ୍ରଥମ କରି ଗୋଟିଏ କାରଣ ସାମ୍ନାକୁ ଆସିଲା। ଗୋପାଳଙ୍କ ବନ୍ଧୁ ଏହାର ଖୁଲାସା କରନ୍ତି। କୁହନ୍ତି ଡ୍ୟୁଟିରେ ଥିଲା ବେଳେ ଥରେ ଗୋପାଳଙ୍କୁ ନବ ଚଟକଣା ମାରିଥିଲେ। ଯେଉଁଥିପାଇଁ ଗୋପାଳ ଏମିତି କାଣ୍ଡ ଘଟାଇଛନ୍ତି। ମନରେ ପ୍ରଶ୍ନ, ଗୋଟାଏ ଚଟକଣାର ପ୍ରତିଶୋଧ କ’ଣ ହତ୍ୟା ?
ପ୍ରଶ୍ନ ନଂ. ୪ – ନବ କ’ଣ ମୁଖ୍ୟମନ୍ତ୍ରୀ ଆଶାୟୀ ଥିଲେ ? ଏହା ସବୁଠାରୁ ଜଘନ୍ୟ ପ୍ରଶ୍ନ। ସତ ହୋଇଥିଲେ ସାଙ୍ଘାତିକ। ଭେଟରାନ ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ମନ୍ତବ୍ୟ। ନବ ଥିଲେ ମୁଖ୍ୟମନ୍ତ୍ରୀ ଆଶାୟୀ। ତେଣୁ ତାଙ୍କୁ ହତ୍ୟା କରାଗଲା। କଥା କେତେ ସତ କେତେ ମିଛ ସେ କଥା ସମୟ କହିବ।
ପ୍ରଶ୍ନ ନଂ. ୫ – ବାଇଆକୁ ବନ୍ଧୁ କେମିତି ଦେଲା ପ୍ରଶାସନ ? ପୁଲିସ ମାନୁଆଲ କହୁଛି, ମାନସିକ ବିକାରଗ୍ରସ୍ତ କର୍ମଚାରୀଙ୍କୁ ସର୍ଭିସ ରିଭରବର ଦିଆଯାଏ ନାହିଁ। ଏଣୁ ତତ୍ବତଃ ଗୋପାଳଙ୍କୁ ବନ୍ଧୁକ ଦିଆଯିବା ଅନୁଚିତ୍। ହେଲେ ପୁଲିସ ତାଙ୍କୁ ବନ୍ଧୁକ ଦେଇଥିଲା କ’ଣ ପାଇଁ ?
ପ୍ରଶ୍ନ ନଂ. ୬- ଶନିଙ୍କୁ ସୁନା ଦେଇ ଭୁଲ କରିଦେଲେ କି ନବ ? ଏହା ଏକ ସାଧାରଣ ପ୍ରଶ୍ନ। ପ୍ରାୟ ସମସ୍ତ ହିନ୍ଦୁ ଧର୍ମାବଲମ୍ବି ଏ କଥା ଜାଣନ୍ତି। ଶନିଙ୍କୁ ସୁନା ନୁହେଁ, ଲୌହ ଦାନ କରାଯାଏ। ହେଲେ କାହା ପ୍ରରୋଚନାରେ କାହା ମନ୍ତ୍ରଣାରେ ଶନି ସିଗନାପୁରରେ କୋଟିଏ ଟଙ୍କାର ସୁନାଦାନ କରିଥିଲେ ନବ। ଏହା ତାଙ୍କ ମୃତ୍ୟୁର କାରଣ ନୁହେଁ ତ ?
ପ୍ରଶ୍ନ ନଂ. ୭ - ଶନି ତତ୍ବକୁ ବିଶ୍ଲେଷଣ କରୁଥିବା ବା ବିଶ୍ବାସ ରଖୁଥିବା ଲୋକଙ୍କ ମତରେ ଶନି ଦର୍ଶନ ପାଇଁ ଗଲାବେଳେ ପଛକୁ ଚାହିଁବା ମନା। ହେଲେ ନବ ଶନି ମନ୍ଦିରରେ ପଛକୁ ଚାହିଁଥିଲେ ବୋଲି ଫଟୋଟିଏ କହୁଛି। ଏହାକୁ ଯଦିଓ ପ୍ରାମାଣିକ କାରଣ ବୋଲି କୁହାଯାଇ ନ ପାରେ। ତଥାପି ଏ ପ୍ରଶ୍ନ ଲକ୍ଷ ଲକ୍ଷ ଓଡ଼ିଆଙ୍କ ମନରେ ଆସୁଛି। ଏହା ସତ ନା ସଂଯୋଗ ?
ପ୍ରଶ୍ନ ନଂ. ୮ – ଉପକୂଳିଆ ନେତାଙ୍କ ସୁପାରୀ କିଲିଂ। ଆମେ ବିହାର ରାଜନୈଅତିକ ଗଣ୍ଡଗୋଳକୁ ଆଖିଆଗୁକ ନେଲେ, ଏଭଳି କ୍ରାଇମ ଆମ ରାଜ୍ୟରେ ପ୍ରଥମ। ପଶ୍ଚିମ ଓଡ଼ିଶା ନେତା ନବଙ୍କ ଦବଦବାକୁ ସହି ପାରି ନ ଥିବା କିଛି ଉପକୂଳିଆ ନେତା ତାଙ୍କୁ ସୁପାରି କିଲିଂ କରିଛନ୍ତି ବୋଲି କଥା ଉଠୁଛି। କଥା ଉଠାଇଛନ୍ତି ବିଜେପି ସୁବାଷ ପାଣିଗ୍ରାହୀ। ଏହାର ସତ୍ୟତା ମଧ୍ୟ ତର୍ଜମା ସାପେକ୍ଷ।
ପ୍ରଶ୍ନ ନଂ ୯ - ହତ୍ୟା ଅଭିଯୋଗ ଆଣିଥିବା ଜୟନାରାୟଣଙ୍କୁ ଟାର୍ଗେଟ କରୁଛି ବିଜେଡି ? ନବଙ୍କୁ ରାଜନୈତିକ ଷଡଯନ୍ତ୍ରରେ ହତ୍ୟା କରାଗଲା। ଏଭଳି କଥା ପ୍ରଥମେ କହିଥିଲେ ବିଜେପିର ଭେଟରାନ ନେତା ଜୟନାରାୟଣ ମିଶ୍ର। ଯାହାକୁ ଶୁଣି ବିଜେଡି ଏବେ ରକ୍ତମୁଖା। ଅଭିଯୋଗ, ଜୟନାରାୟଣ ନ ହେଲେ ତାଙ୍କ ଦଳର ଲୋକେ ବି ଅଭିଯୁକ୍ତ ହୋଇପାରନ୍ତି। ସେ କାଳେ ବରଗଡ଼ ଲୋକସଭା ଆସନକୁ ନିଷ୍କଣ୍ଟକ ରଖିବାକୁ ଏମିତି କରିଥାଇପାରନ୍ତି।
ପ୍ରଶ୍ନ ନଂ. ୧୦- କ୍ରାଇମବ୍ରାଞ୍ଚ କାହାଣୀ କହୁଛି କ’ଣ ପାଇଁ ? ଘଟଣା ଆରମ୍ଭ ହେଉ ହେଉ ତଦନ୍ତ ଭାର ବୋର୍ଥା ସାହେବ ନେଇଗଲେ ସତ। ହେଲେ, ଆଇମା କାହାଣୀ ପରି ନୂଆ ଗପ ଆରମ୍ଭ କରୁଛନ୍ତି କ’ଣ ପାଇଁ। ଟାଙ୍କି ଭିତରୁ ଚିଠି, ନା ବତୁରିଛି ନା ଲିଭିଛି ଅକ୍ଷର। ବୋର୍ଥା ସାହେବ କାହାକୁ ଘଣ୍ଟ ଘୋଡାଉଛନ୍ତି ?
ପ୍ରଶ୍ନ ନଂ. ୧୧- ହାତରେ ଅଭିଯୁକ୍ତ। ସାମ୍ନାରେ ହତ୍ୟା । ତଥାପି ସିନ ରି କ୍ରିଏସନ୍ ପାଇଁ ୧୦ ଦିନ। ମାନେ ହତ୍ୟାର ୧୦ଦିନ ପରେ ସିନ୍ ରିକ୍ରିଏଟ୍ କରି ଅଭିଯୁକ୍ତ ଗୋପାଳ ଦାସଙ୍କୁ ଘଟଣାସ୍ଥଳକୁ ଆଣିଲା କ୍ରାଇମବ୍ରାଂଚ। ତଦନ୍ତକୁ ବିଳମ୍ବିତ କରିବାକୁ ଏ ଅପଚେଷ୍ଟା କ’ଣ ପାଇଁ।