ଏହାସହ ନବଙ୍କ ପାର୍ଥିବ ଶରୀର ସରକାରୀ ବାସଭବନରେ ରଖାଯାଇଥିଲା । ସକାଳ ୮ଟାରେ ବିଜେଡି କାର୍ଯ୍ୟାଳୟକୁ ନିଆଯିବ ମର ଶରୀର । ସେଠାରେ ଶେଷ ଦର୍ଶନ ପରେ ଅନ୍ତିମ ସଂସ୍କାର ପାଇଁ ଝାରସୁଗୁଡ଼ା ନିଆଯିବ । ନବଙ୍କ ସମ୍ମାନରେ ଅର୍ଦ୍ଧନମିତ ରହିବ ଜାତୀୟ ପତାକା । ଶେଷକୃତ୍ୟସ୍ଥଳରେ ଉପସ୍ଥିତ ରହି ସମ୍ମାନ ଜଣାଇବେ ରାଜ୍ୟର ୩ ମନ୍ତ୍ରୀ । ନବଙ୍କ ବିୟୋଗରେ ୩୧ ତାରିଖ ଯାଏ ଶୋକ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହି ସମୟରେ ସରକାରୀ ଭାବେ ହେବ ନାହିଁ କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମ ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ପରଲୋକରେ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ, ଝାରସୁଗୁଡାରେ ହେବ ଅନ୍ତିମ ସଂସ୍କାର

ଅର୍ଗସ ବ୍ୟୁରୋ: ପରଲୋକରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ବ୍ରଜରାଜନଗର ଗାନ୍ଧି ଛକ ଫାୟାରିଂ ରେ ଚାଲିଗଲା ନବଙ୍କ ଜୀବନ । ତୁରନ୍ତ ଭୁବନେଶ୍ୱରକୁ ଏୟାରଲିଫ୍ଟ ସହ ଆପୋଲୋରେ ଅସ୍ତ୍ରୋପଚାର ମଧ୍ୟ କରାଗଲା । କିନ୍ତୁ ସବୁ ପ୍ରଚେଷ୍ଟା ପରେ ମଧ୍ୟ ଆଖି ବୁଜିଲେ ନବ । ଗତକାଲି ରାତିରେ ଦୁଇ ଜଣିଆ ଡାକ୍ତରୀ ଟିମ୍ ଦ୍ୱାରା କ୍ୟାପିଟାଲ ହସ୍ପିଟାଲରେ କରାଯାଇଥିଲା ପୋଷ୍ଟମଟମ । ଆଉ ଏହି ପୁରା ପ୍ରକ୍ରିୟାର ଭିଡିଓଗ୍ରାଫି ମଧ୍ୟ ହୋଇଛି । ଏହାପରେ ତାଙ୍କ ମର ଶରୀରକୁ ଆମ୍ବୁଲାନ୍ସ ଯୋଗେ ବିଧାନସଭା ପରିସରକୁ ନିଆଯାଇଥିଲା । ସେଠାରେ ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ଅମର ଆତ୍ମାର ସଦଗତି କାମନା କରିଥିଲେ ବାଚସ୍ପତି, ରାଜ୍ୟର ମନ୍ତ୍ରୀ, ବିଧାୟକ, ରାଜ୍ୟ ବିଜେପି ସଭାପତି, ବିରୋଧି ଦଳ ନେତା ଓ ବହୁ ବରିଷ୍ଠ ବ୍ୟକ୍ତି ।
Download Argus News App
