୨୦୧୧ ସେପ୍ଟେମ୍ୱର ୧୧ ତାରିଖ। ଉମରକୋଟ ବିଧାୟକ ଜଗବନ୍ଧୁ ମାଝି କିଛି ମାୱାଦୀଙ୍କ ଗୁଳିରେ ଟଳି ପଡିଥିଲେ। ଘଟଣାଦିନ ନିଜସ୍ୱ ସୁରକ୍ଷା କର୍ମୀ ପ୍ରଶାନ୍ତ ଓରଫ୍ ପିଙ୍କୁ ପାତ୍ରଙ୍କ ସହ ବିଧାୟକ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ଗୋଣା ଗାଁରେ ଥିଲେ। ସେଠାରେ ଗ୍ରାମବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଚାଲିଥିଲା। ୩ ଦୁର୍ବୃତ୍ତ ବାଇକରେ ଆସିଲେ। ପ୍ରଥମେ ପିଏସଓ ପିଙ୍କୁଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଲେ। ପିଏସଓ ପିଙ୍କୁଙ୍କ ଘଟଣାସ୍ଥଳରେ ପ୍ରାଣବାୟୁ ଉଡିଯାଇଥିଲା। ଅନ୍ୟଜଣେ ମାୱାଦୀ ପିଙ୍କୁଙ୍କ ବନ୍ଧୁକ ନେଇ ସେଥିରୁ ବିଧାୟକଙ୍କ ଉପରକୁ ଫାୟାରିଂ କଲା।
ଉଭୟ ବିଧାୟକ ଓ ପିଏସଓଙ୍କ ଶରୀରେ ୨ଟି ଲେଖାଏଁ ଗୁଳି ବାଜିଥିଲା। ରାଇଘର ହସ୍ପିଟାଲରେ ଜଗବନ୍ଧୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ୨୦୧୪ ମସିହା ଫେବ୍ରୁଆରୀ ୨୨ ତାରିଖ। ପୁରୀ ବିଧାୟକ ଥିବାବେଳେ ମହେଶ୍ୱର ମହାନ୍ତିଙ୍କ ଉପରକୁ ଗୁଳି ଚାଳନା ହୋଇଥିଲା। ମହେଶ୍ୱର ସେତେବେଳେ ଖୋଦ୍ ଆଇନ୍ ବିଭାଗ ମନ୍ତ୍ରୀ ସହ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ମଧ୍ୟ ଥାନ୍ତି। ସେ ସନ୍ଧ୍ୟା ସାଢ଼େ ୭ଟାରେ ଏକ ସ୍କୁଟି ଧରି ବିବାହ ଉତ୍ସବରୁ ଘରକୁ ଫେରୁଥିଲେ। କିଛି ଦୁର୍ବୃର୍ତ୍ତ ବାଇକରେ ଆସି ଏସସିଏସ୍ କଲେଜ ନିକଟ ଅମଲା କ୍ଲବ ସାମ୍ନାରେ ଆଖିବୁଜା ଗୁଳି ଚଲାଇଥିଲେ।
୩ ରାଉଣ୍ଡ ଗୁଳିରୁ ଗୋଟି, ଗୁଳି ତାଙ୍କ ପେଟ ଓ ଅନ୍ୟଟି ଛାତିରେ ବାଜିଥିଲା। ସେହିପରି ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଉପରକୁ ମଧ୍ୟ ହାମଲା ହୋଇଥିଲା।ତେବେ କାହିଁକି ଏଭଳି ଭାବରେ ମନ୍ତ୍ରୀମାନଙ୍କୁ ଗୁଳି ଚାଳନା କରାଯାଉଛି ? ଏହାସହ ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନ ଉଠୁଛି। ଯଦି ରାଜ୍ୟରେ କୌଣସି ମନ୍ତ୍ରୀ ସୁରକ୍ଷିତ ନାହାନ୍ତି, ତେବେ ରାଜ୍ୟବାସୀ ସୁରକ୍ଷିତ ତ ତାହା ବଡ ପ୍ରଶ୍ନ। ଅନ୍ୟପଟେ ରାଜନୀତିର ପଶାପାଲିରେ ସବୁକିଛି ପେଶି ହେଇଯାଉଛି। ସତ କଣ ମିଛ କଣ କିଛି ସାମ୍ନାକୁ ଆସୁନାହିଁ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।