ଆମ କ୍ୟାମେରାରେ କଏଦ ହୋଇଥିବା, ଏ ମାତ୍ର ଗୋଟିଏ ଦୃଶ୍ୟ ନୁହେଁ। ଭଲକରି ଦେଖନ୍ତୁ ଏ ଦୃଶ୍ୟକୁ। ଜଣେ ବ୍ୟକ୍ତି ନିଜ ଛୋଟ ରୋଗୀଣା ଝିଅକୁ ହାତରେ ବୋହି ନେଉଛନ୍ତି। ସତେ ଯେମିତି ଏହି ଡାକ୍ତରଖାନାରେ ଷ୍ଟ୍ରେଚର କି ହୁଇଲ ଚେୟେର ନାହିଁ। ସାଧାରଣ ଭିତ୍ତିଭୂମୀ ନ ଥାଇ ସରକାର ଗୋଟିଏ ମହତ୍ ସ୍ବାସ୍ଥ୍ୟସେବା କଥା କେମିତି କହୁଛନ୍ତି ତାହା ବୁଝା ପଡୁନି।
ଶୁଣିଲେ ତ, କ’ଣ କହିଲେ ଏସସିବିର ଜରୁରୀ କାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା। ତାଙ୍କ କହିବା କଥା କିଛି ଏମିତି ଘଟୁଛି, ଯାହା ପ୍ରଶସନିକ ଆଢୁଆଳରେ ରହିଯାଉଛି। ମାନେ ସରକାର ସେ ବିଷୟରେ ଅବଗତ ନୁହଁନ୍ତି। ଦର୍ଶକବନ୍ଧୁ ତାଙ୍କ କଥା ଶୁଣିବା ପରେ ଏ ଭିଡିଓ ଦେଖିବା ଆପଣଙ୍କୁ ନିହାତି ଆବଶ୍ୟକ।
ଏ ଦୃଶ୍ୟ ମଧ୍ୟ ଆମ କଟକ ବଡ଼ ଡାକ୍ତରଖାନାର। ଯେଉଁଠି ଷ୍ଟ୍ରେଚରରେ ରୋଗୀ ନୁହେଁ। ରୋଗୀ ସେବା ଜନିତ ସରଞ୍ଜାମ ବୁହା ହେଉଛି। କେତେବେଳେ ଅକ୍ସିଜେନ ସିଲତଣ୍ଡର ତ ଆଉ କେତେବେଳେ ଔଷଧ ସାମଗ୍ରୀ। ଯେଉଁଠି ରୋଗୀଟିଏ ହାତରେ ଅଥବା ସମ୍ପର୍କୀୟଙ୍କ କାଖରେ ବୁହାଯାଉଛି। ସେଠି ଏ ଭଳି ଦୃଶ୍ୟ ଯେତିକି ଚମକାଇଲା ଭଳି ସେତିକି ହାସ୍ୟାସ୍ପଦ।
ଏବେ ମୂଳ ପ୍ରସଙ୍ଗକୁ ଯିବା। ପ୍ରଥମେ ଆମେ ଯେଉଁ ବ୍ୟକ୍ତିଙ୍କୁ ଦେଖାଇଲୁ ସେ ଥିଲେ, କଟକ ସଦର ବ୍ରାହ୍ଣଣଝରିଲୋର ରାମ ସିଂ। ନିଜ ପତ୍ନୀଙ୍କୁ ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଦେଖାଇବା ପରେ ପରୀକ୍ଷା ପାଇଁ ନେବାକୁ ପଡିଲା। ରାମଙ୍କ ସ୍ତ୍ରୀ ଚାଲିବାକୁ ଅକ୍ଷମ ଥିଲେ। ଏଣୁ ସେ ଷ୍ଟ୍ରେଚର କିମ୍ବା ବ୍ୟାଟେରୀ ଗାଡ଼ି ପାଇଁ ନେହୁରା ହେଲେ। ମାତ୍ର କିଛି ଲାଭ ହେଲାନି। ଅଯଥା ଡେରି କରିବା ଅପେକ୍ଷା ସେ ହାତରେ ବୋହି ନେଇଗଲେ। ଏବେ କୁହନ୍ତି ରାମଙ୍କ କଥାକୁ ବିଶ୍ବାସ କରିବା ନାଁ ପ୍ରଶାସନିକ ବାଇଟକୁ। ଉତ୍ତର ଆପଣଙ୍କ ପାଖରେ।