ତେବେ ସୁରକ୍ଷା ଦୃଷ୍ଟିରୁ ବୁଧବାର ସକାଳଠାରୁ ପର୍ଯ୍ୟଟକଙ୍କୁ ନନ୍ଦନକାନନରେ ପ୍ରବେଶ ଉପରେ କଟକଣା ଲଗାଯାଇଛି।
ନନ୍ଦନକାନନରେ ପଶିଲେ ଦୁଇ ଜଙ୍ଗଲୀ ହାତୀ, ପର୍ଯ୍ୟଟକଙ୍କୁ ପ୍ରବେଶ ମନା

ଅର୍ଗସ ବ୍ୟୁରୋ: ନନ୍ଦନକାନନରେ ପଶିଲେ ଦୁଇ ଜଙ୍ଗଲୀ ହାତୀ । ଯାହାଫଳରେ ପର୍ଯ୍ୟଟକଙ୍କୁ ନନ୍ଦନକାନନରେ ପ୍ରବେଶ ପାଇଁ ବାରଣ କରାଯାଇଛି । ମଙ୍ଗଳବାର ରାତିରେ ଦୁଇଟି ଜଙ୍ଗଲୀ ହାତି ନନ୍ଦନକାନନ ଭିତରେ ପଶିଥିବା ଜଣାପଡିଛି। । ଜଙ୍ଗଲୀ ହାତୀ ଦୁଇଟି ନନ୍ଦନକାନନରେ ଥିବା ଜିରାଫ ଖୁଆଡ଼ ପଛପାଖେ ଲୁଛିଥିବାର ସନ୍ଦେହ କରାଯାଉଛି । ଏହି ହାତୀ ଦୁଇଟି କେଉଁଠୁ ଆସିଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Download Argus News App
