ଚାର୍ଜସିଟ୍ ଫାଇଲ୍ କରିବାରେ ଭିଜିଲାନ୍ସ ଫେଲ୍ ..
ଅର୍ଗସ ବ୍ୟୁରୋ: ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡି.ପ୍ରକାଶ ରାଓଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି। ଏ ନେଇ ସେ ଟ୍ଵିଟ କରିଛନ୍ତି।
ସେ ଲେଖିଛନ୍ତି ଯେ, ଶ୍ରୀ ଡି ପ୍ରକାଶ ରାଓଙ୍କ ଦେହାନ୍ତରେ ମୁଁ ଦୁଖିତ। ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ଲୋକଙ୍କୁ ସର୍ବାଦ ପ୍ରେରଣା ଦେଉଥିବ। ଶିକ୍ଷା ସଶକ୍ତିକରଣର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ଭାବରେ ସେ ସଠିକ୍ ଭାବରେ ଦେଖିଥିଲେ। କିଛି ବର୍ଷ ପୂର୍ବେ କଟକରେ ତାଙ୍କ ସହିତ ମୋର ସାକ୍ଷାତ ମନେ ଅଛି। ତାଙ୍କ ପରିବାର ଏବଂ ପ୍ରଶଂସକଙ୍କୁ ମୋଦି ସମବେଦନା ଜଣାଇଛନ୍ତି।