ସରପଞ୍ଚଙ୍କ ବେକରୁ ସୁନା ଚେନ ଛିଣ୍ଡାଇ ନେଇଛନ୍ତି ଦୁର୍ବୃତ୍ତ। ଏଥିନେଇ ମହିଳା ସରପଂଚ ଦିପ୍ତିମୟୀ ନାୟକ ପିରାହାଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ପ୍ରତିବାଦ କଲେ କିମ୍ବା ପୋଲିସକୁ ଜଣାଇଲେ ହେଉଛି ଆକ୍ରମଣ

ଅର୍ଗସ ବ୍ୟୁରୋ: ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଳକ ନରେନ୍ଦ୍ର ପଂଚାୟତ ପାଲଟିଛି ଏବେ ଚୋରା କୋଇଲା କାରବାରର ହବ୍। ପ୍ରତିବାଦ କଲେ କିମ୍ବା ପୋଲିସ ଜଣାଇଲେ ହେଉଛି ଆକ୍ରମଣ। ଏହି ଚୋରା କୋଇଲା କାରବାରରେ ସଂପୃକ୍ତ ବ୍ୟକ୍ତିଙ୍କ ସହଯୋଗରେ ବିଜେଡି ନେତା ଥିବା ଅଭିଯୋଗ ହୋଇଛି। ନରେନ୍ଦ୍ରପୁରରେ ଚେରା କୋଇଲା କାରବାର ସଂପର୍କରେ ପୋଲିସକୁ ସରପଂଚ ଜଣାଇଛନ୍ତି ବୋଲି ସଂନ୍ଦେହ କରି କୋଇଲା ମାଫିଆ ମାନେ ମହିଳା ସରପଂଚ ଓ ତାଙ୍କ ସ୍ବାମୀଙ୍କୁ ସଂଘବୋଧ ଆକ୍ରମଣ କରିଥିଲେ।
Download Argus News App
