ରାଜ୍ୟ ସରକାରଙ୍କର ବୁଦ୍ଧି ନାହିଁ, କିମ୍ବା ଆନ୍ତରିକତା ନାହିଁ । ନଚେତ ନିର୍ବାଚନ ଆସିଲେ, ମହାନଦୀ ଶୁଖି ଗଲାଣି ବୋଲି ମନେ ପଡୁଛି । ଏହାସହ ନରସିଂହ ପ୍ରତାପ ଜେନାଙ୍କ ଅଭିଯୋଗ ଉପରେ ଜବାବ ରଖିଛନ୍ତି । ଯିଏ ରାଜନୀତିରେ ଅ,ଆ ଜାଣିନାହିଁ । ସେ ଏମିତି କହିବ । ଛତିଶଗଡ଼ରେ ଯେତେ ବ୍ୟାରେଜ ଓ ଡ଼୍ୟାମ ହୋଇଛି । କଂଗ୍ରେସ ସରକାର ଆଗରୁ ହୋଇଛି । ମୁଲତବୀ ପ୍ରସ୍ତାବରେ ଆଲୋଚନା ପାଇଁ କେତେ ସମୟ ମିଳିବ ? ମୁଲତବୀ ପ୍ରସ୍ତାବରେ ଆଲୋଚନା ହୋଇପାରିବ ନାହିଁ ।
ଗତକାଲି ମହାନଦୀ ଜଳ ସମସ୍ୟା ନେଇ ସରକାରୀ ଦଳ ଉଦବେଗ ପ୍ରକାଶ କରିଥିଲେ । ପାଟି ତୁଣ୍ଡ କରିଥିଲେ, ହୋହଲ୍ଲା କରିଥିଲେ ବିଜେଡ଼ି ସଦସ୍ୟ । ବିଧାନସଭାରେ ପାଟିତୁଣ୍ଡ କଲେ ସମସ୍ୟାର ସମାଧାନ ହୁଏ ନାହିଁ । ମହାନଦୀ ଏକ ଗୁରୁତର ସମସ୍ୟା । ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ଆଗରୁ ଏହି ସମସ୍ୟା ଲାଗି ଆସିଛି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବାଚସ୍ପତିଙ୍କୁ ଏକ ମୋସନ ଆଣି ଆଲୋଚନା କରିବା ପାଇଁ ଲିଖିତ ଆକାରରେ ଦେଇଥିଲେ ।
ପ୍ରଶ୍ନକାଳ ବାତିଲ କରି ମୋସନ ଆଣି ଆଲୋଚନା ପାଇଁ କହିଥିଲେ ନରସିଂହ । କିନ୍ତୁ ବାଚସ୍ପତି ଏହାକୁ କର୍ଣ୍ଣପାତ କଲେ ନାହିଁ । ପ୍ରଶ୍ନକାଳ ଆରମ୍ଭ ହେବା ପରେ ବିଜେପି, କଂଗ୍ରେସ ଏବଂ ସିପିଏମ ବିରୋଧ କଲେ । ବାଚସ୍ପତି ପରମ୍ପରା ଭାଙ୍ଗି 4ଟା ପର୍ଯ୍ୟନ୍ତ ମୁଲତବୀ କଲେ । ସରକାରୀ ଦଳ ଚାହେଁ ନାହିଁ ଶୂନ୍ୟକାଳରେ ଆଲୋଚନା ହେଉ । କାରଣ ଶୂନ୍ୟକାଳରେ ଆଲୋଚନା ହେଲେ ସରକାର ଅଡୁଆରେ ପଡୁଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...