ଖଟକୁ ଧରି ସେମାନେ ଗ୍ରାମର ଚାରିଆଡ଼େ ବୁଲାଇଥିଲେ । ହେଲେ ଶେଷରେ ଖଟ ଚୋର ଧରିବାରେ ସଫଳ ହୋଇଥିଲା । ସେହି ଗ୍ରାମର ଦୁଇ ଜଣଙ୍କ ଘର ସାମ୍ନାକୁ ଯାଇଥିଲା ଖଟ । ଦୁଇ ଜଣଙ୍କର ଗଛ ଚୋରିରେ ସମ୍ପୂକ୍ତି ରହିଥିବା ଜଣା ପଡିବା ପରେ ଗାଁରେ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା ।
ତେବେ ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଗତ ନଭେମ୍ବର ୨୫ ତାରିଖରେ ନିମସାହି ଗ୍ରାମ୍ ତୋଟାରୁ ଏକ ବୃହତ୍ତ ଚନ୍ଦନ ଗଛ ଚୋରି ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ହେବ । ସମ୍ପୃକ୍ତ ବ୍ୟକ୍ତି ଏ ନେଇ ନରସିଂହପୁର ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ଏକ ମାସ ବିତିଯାଇଥିଲେ ମଧ୍ୟ ପୋଲିସ ଏଯାବତ ଚୋରଙ୍କୁ ଧରିପାରି ନାହିଁ ।
ପୋଲିସର ନିଷ୍କ୍ରିୟତା ଓ ସ୍ଥାଣୁତା ହେତୁ ଗ୍ରାମବାସୀ ମାନେ ଏକ ସଭା କରି ସମସ୍ତେ ଏକଜୁଟ ହୋଇ ମାଣିଆବନ୍ଧ ଅଞ୍ଚଳର ଜଣେ ଗୁଣିଆଙ୍କ ସହ ଯୋଗାଯୋଗ କରି ଗାଁରେ ଖଟ ବୁଲାଇଥିଲେ । ଗୁଣିଆ ଜଣକ ଯେଉଁ ଆଡେ ନିର୍ଦ୍ଦେଶ ଦେଉଥିଲା ଖଟ ସେଇଆଡ଼େ ହିଁ ମୁହାଁଉ ଥିଲା । ତେବେ ଦୁଇ ଦିନ ଧରି ପୂଜାର୍ଚ୍ଚନା ହେବା ସହ ଗାଁରେ ବୁଲୁଥିଲା ଖଟ । ଶେଷରେ ପୋଲିସ ପ୍ରଶାସନ ଆଖିରେ ଧୂଳି ପକାଇ ଚୋର ଧରିବାରେ ସକ୍ଷମ ହୋଇଛି ବୋଲି ନରସିଂହପୁର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।