ନୂଆଦିଲ୍ଲୀ: ଆସନ୍ତା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ପ୍ରକ୍ରିୟା ଜାରି ରହିଛି । ବିଜେଡି, କଂଗ୍ରେସ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଏବେ ବିଜେପିକୁ ସମସ୍ତଙ୍କ ଅପେକ୍ଷା । ଓଡ଼ିଶା ପାଇଁ ବିଜେପି ପକ୍ଷରୁ ଆଜି ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରେ । ତେବେ ଟିକେଟ ମନ୍ଥନ ଜୋରଦାର ଚାଲିଥିବା ବେଳେ ବିଜେପି ଧିରେଧିରେ କିଛି ରାଜ୍ୟରେ ପ୍ରାର୍ଥୀ ତାଲିକା ପ୍ରକାଶ କରିବା ଆରମ୍ଭ କରିଛି । ଅରୁଣାଚଳ ପ୍ରଦେଶର 6ଟି ବିଧାନସଭା ଏବଂ ସିକିମର 11ଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି ।
List of BJP candidates for ensuing general election to the legislative assembly 2019 of Arunachal Pradesh and Sikkim finalised by BJP CEC. pic.twitter.com/zkKEY4hkMs
— BJP (@BJP4India) March 21, 2019
ଅର୍ଗସ ବ୍ୟୁରୋ : ସମ୍ମାନିତ ହେଲେ ବ୍ରହ୍ମଗିରି ବିଧାୟକ । ଗୁଡ୍ ସମରିଟାନ ପୁରସ୍କାର ପାଇଲେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର । ଟ୍ରାନ୍ସପୋର୍ଟ ବିଭାଗ ପକ୍ଷରୁ ଆଜି ପୁରୀର ସ୍ବତନ୍ତ୍ର ସର୍କିଟ୍ ହାଉସ୍ ଠାରେ ସମ୍ମାନିତ ହୋଇଛନ୍ତି ବିଧାୟକ । ଗତ ଜୁଲାଇ ମାସ ୪ତାରିଖରେ ଦୁର୍ଘଟଣା ରେ ଆହତ ହୋଇଥିବା ଦମ୍ପତିଙ୍କୁ ଉଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ବିଧାୟକ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଦମ୍ପତିଙ୍କ ଜୀବନ ବଞ୍ଚାଇ ମୋହାନତା ଦେଖାଇଥିଲେ ବ୍ରହ୍ମଗିରି ବିଧାୟକ । ଦେବ ଦୂତ ସାଜି ପହଞ୍ଚିଥିଲେ ବିଧାୟକ । ବାଇକ୍ ଦୁର୍ଘଟଣାରେ ଆହତ ହୋଇ ରାସ୍ତା କଡରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦମ୍ପତିଙ୍କୁ ଉଧାର କରି ନିଜ ଚାରିଚକିଆ ଗାଡିରେ ମେଡ଼ିକାଲରେ ପହଞ୍ଚାଇଥିଲେ ବିଧାୟକ । ପୁରୀ-ଭୁବନେଶ୍ବର ଜାତୀୟ ରାଜପଥ ତେଇଶିପୁର ନିକଟରେ ଭୁବନେଶ୍ବର ଜଦୁପୁର ଅଞ୍ଚଳର ଦମ୍ପତି ପୁରୀରୁ ବାଇକ୍ ଯୋଗେ ଭୁବନେଶ୍ବର ଯାଉଥିବା ବେଳେ ଘଟିଥିଲା ବାଇକ୍ ଦୁର୍ଘଟଣା ।
ସେହି ରାସ୍ତା ଦେଇ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଯାଉଥିବା ବେଳେ ଲୋକେ ରୁଣ୍ଡ ହୋଇଥିବା ଦେଖି ଅଟକିଥିଲେ ବିଧାୟକ। ଆହତ ଦମ୍ପତିଙ୍କୁ ଟେକି ନିଜ ଗାଡିରେ ମଙ୍ଗଳପୁର ଡାକ୍ତର ଖାନାରେ ଭର୍ତ୍ତିକରି ଚିକିତ୍ସା କରାଇଥିଲେ ବିଧାୟକ । ଆହତ ଦମ୍ପତିଙ୍କୁ ଉତମ ଚିକିତ୍ସା କରାଇବାକୁ ଡାକ୍ତରଙ୍କୁ ଅନୁରୋଧ କରିଥିଲେ ବିଧାୟକ ।
ଭୁବନେଶ୍ୱର: ଧର୍ମଘଟ ପ୍ରତ୍ୟାହାର କଲା ଘରୋଇ ବସ୍ ମାଲିକ ସଂଘ । ଆଜି ପରିବହନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଏକ ବୈଠକ ବସିଥିଲା। ଯେଉଁଥିରେ ଘରୋଇ ବସ୍ ମାଲିକ ସଂଘର ଦାବୀକୁ ନେଇ ଆଲୋଚନା ହୋଇଥିଲା । ଲଖ୍ମୀ ବସ୍ ଗୁଡିକ ବ୍ଲକରୁ ଜିଲ୍ଲାକୁ ଚଲା ନଯିବା ଦାବୀକୁ ସରକାର ମାନି ନେଇଥିବା ବେଳେ ପ୍ରାଥମିକ ଭାବରେ ଗଜପତି, ଭବାନୀପାଟଣା,ରାୟଗଡା,ରେ ଚାଲୁଥିବା ଲଖ୍ମୀ ବସ୍ ଗୁଡିକ ପଞ୍ଚାୟତରୁ ବ୍ଲକକୁ ଚାଲୁଛି। ଆଗକୁ ନବରଙ୍ଗପୁର ଏବଂ କୋରାପୁଟ୍ ରେ ମଧ୍ୟ ଲଖ୍ମୀ ବସ୍ ପଞ୍ଚାୟତରୁ ବ୍ଲକକୁ ଚାଲିବା ନେଇ ନିଷ୍ପତ୍ତି ହୋଇଛି ।
ଏହା ବାଦ୍ ଘରୋଇ ବସ୍ ମାଲିକ ସଂଘ ଏବଂ ସରକାରଙ୍କର କିଛି ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ଯେଉଁ କମିଟି ମୋ ବସର ରିଭ୍ୟୁ କରି ଆସନ୍ତା ୭ ଦିନ ମଧ୍ୟରେ ଏକ ବୈଠକ ବସି ମୋ ବସ୍ ଚଳାଚଳ ରୁଟ୍ କୁ ନେଇ ନିଷ୍ପତ୍ତି ନିଆଯିବ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲା ଘରୋଇ ବସ୍ ମାଲିକ ସଂଘ ।
ଅଧିକ ପଢନ୍ତୁ ଓଡ଼ିଶା ଖବର