ନରସିଂହପୁର ଗଡଜାତର ଗଣପର୍ବ ତଥା ଛାଡ଼ଖାଇ ମଞ୍ଚ କୌଣସି ରାଜନୈତିକ ବ୍ୟକ୍ତି ବିଶେଷ କିମ୍ବା କୌଣସି ରାଜନୈତିକ ଦଳର ହୋଇନଥିବାବେଳେ ନବୀନ ବାବୁ ଫ୍ୟାନ ଗୀତ ଗାଇବାକୁ କିଏ ଦେଲା ଅନୁମତି ତାକୁ ନେଇ ଉଠିଛି ପ୍ରଶ୍ନ । ଅନ୍ୟପଟେ ସଂସ୍କୃତି ଓ କଳା ପ୍ରଦର୍ଶନର ମଞ୍ଚରେ ଦଳୀୟ ସଙ୍ଗୀତ ଗାନକୁ ନେଇ ନରସିଂହପୁରବାସୀ ଘୋର ବିରୋଧ କରିଛନ୍ତି ।
ଅନ୍ୟପଟେ ଏହି ମଞ୍ଚ ଓ ମେଳାର ସମ୍ପୂର୍ଣ୍ଣ ଦାୟିତ୍ୱକୁ ମହୋତ୍ସବ କମିଟିର ସଭାପତି ନରସିଂହପୁର ତହସିଲଦାର ଆଲୋକ କୁମାର ଦେହୁରୀ ଓ ମହୋତ୍ସବ କମିଟିର ସମ୍ପାଦକ ନରସିଂହପୁର ଥାନା ଅଧିକାରୀ ଅଭୟ ବେହେରା ଉଭୟ ପ୍ରଶାସନିକ ଅଧିକାରୀମାନେ ସମ୍ଭାଳୁଥିଲେ ମଧ୍ୟ ସଂସ୍କୃତି ଓ କଳାର ମଞ୍ଚରେ ଦଳୀୟ ସଙ୍ଗୀତ ଗାନ କରିବାକୁ ନେଇ ଝଡ଼ ସୃଷ୍ଟି ହୋଇଛି ।
ସେହିପରି ଅନେକ ସରକାରୀ କର୍ମଚାରୀ ମଧ୍ୟ ମଞ୍ଚ ତଳେ ରହି ନବୀନ ବାବୁ ଫ୍ୟାନ ଗୀତ ରେ ନୃତ୍ୟ ପଦର୍ଶନ କରୁଥିବାର ଦୃଶ୍ୟ ଭାଇରଲ ହେଉଛି । ତେବେ ଆଗାମୀ ଦିନରେ ଏହା ଉପରେ ଦୃଷ୍ଟି ଦିଆଯିବ ବୋଲି ମହୋତ୍ସବ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।