ଓଡ଼ିଶାର ପ୍ରତି ବ୍ଲକରେ ସର୍ବନିମ୍ନ ୩୫ପ୍ରତିଶତ ଜଳସେଚନ ବ୍ୟବସ୍ଥା କରାଯିବ ବୋଲି 2004 ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା ଶାସକ ଦଳ। କିନ୍ତୁ 19 ବର୍ଷ ପରେ ବି ରାଜ୍ୟର 49ଟି ବ୍ଲକରେ 35 ପ୍ରତିଶତ ଜଳ ସେଚନ ପହଞ୍ଚିପାରିନି। ଟିକେ ନଜର ପକାନ୍ତୁ 2014 ମସିହାର ବିଜେଡିର ଏଇ ନିର୍ବାଚନୀ ଇସ୍ତାହାର ଉପରେ। ଲେଖାଯାଇଛି ବିଜେଡି ସରକାରକୁ ଆସିଲେ ପ୍ରତି ବ୍ଲକରେ ରିହାତି ପ୍ରଦାନ ସହ ପିପିପି ଭିତ୍ତିରେ ପରିଚାଳିତ ଶୀତଳ ଭଣ୍ଡାର ପାଇଁ ଉଦ୍ୟମ କରିବ। ହେଲେ ରାଜ୍ୟ କୃଷି ବିଭାଗର ତଥ୍ୟ କହୁଛି ରାଜ୍ୟରେ କାର୍ଯ୍ୟ କରୁଛି ମାତ୍ର ୩୭ଟି। ଅର୍ଥାତ ଅକ୍ଷମ ହୋଇ ପଡ଼ିରହିଛି ୯୫ଟି ଶୀତଳ ଭଣ୍ଡାର।
କୁପୋଷଣ ଦୂର କରିବା ନେଇ ବାରମ୍ବାର ପ୍ରତିଶ୍ରୁତି ଦେବା ସହ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି ନବୀନ ସରକାର। କିନ୍ତୁ ତଥ୍ୟ କହୁଛି ରାଜ୍ୟର ୬ ରୁ ୫୯ ମାସର ଶିଶୁଙ୍କ ଭିତରେ ୪୨.୩% ରକ୍ତହୀନତାର ଶିକାର। ୫ ରୁ ୯ ବର୍ଷ ପିଲାଙ୍କ ଭିତରେ ୪୮.୮% , ୧୦ ରୁ ୧୯ ବର୍ଷ ଝିଅଙ୍କ ମଧ୍ୟରେ ୫୯.୪%, ଗର୍ଭବତୀ ମା’ମାନଙ୍କ ମଧ୍ୟରେ ୬୨.୭% , ସ୍ତନ୍ୟପାନ କରାଉଥିବା ମା’ଙ୍କ ମଧ୍ୟରେ ୬୮.୬% ରକ୍ତହୀନତାରେ ଶିକାର ଅଛନ୍ତି। ୨୦ ଟି ଜିଲ୍ଲାରେ ଶିଶୁମାନଙ୍କର ବୟସ ତୁଳନାରେ ଉଚ୍ଚତା କମ୍ ।
ସେହିପରି ଏନସିଆରବି ରିପୋର୍ଟ ଆଧାରରେ ମହିଳା ବିରୋଧୀ ହିଂସାରେ ନବୀନଙ୍କ ଶାସନରେ ଓଡ଼ିଶା କିପରି ରେକର୍ଡ କରିଛି ତାର ହିସାବ ଦେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ସମୀର।ମନ୍ତ୍ରୀ, ସାଂସଦ ଓ ବିଧାୟକ ମଂଚ ବାନ୍ଧିବେ ଓ ଚେୟାର ପକାଇବେ ଆଉ ସଚିବ ରାଜ୍ୟ ବୁଲି ଲୋକଙ୍କ ସମସ୍ୟା ବୁଝିବେ ଏହା ମଧ୍ୟ ଭାରତୀୟ ରାଜନୈତିକ ଇତିହାସରେ ଶ୍ରେଷ୍ଠ ପ୍ରଶାସକଙ୍କର ସର୍ବଶ୍ରେଷ୍ଠ ରେକର୍ଡ ବୋଲି କହି ସମାଲୋଚନା କରିଛନ୍ତି ପୂର୍ବତନ ବିଜେପି ରାଜ୍ୟ ସଭାପତି।ସମୀରଙ୍କ ସମାଲୋଚନାର ଜବାବ ଦେଇଛି ବିଜେଡି। ବରିଷ୍ଠ ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି ଯେଉଁମାନେ ଓଡ଼ିଶାର ଜନମତକୁ ଠିକଣା ଭାବେ ବିଚାର କରି ପାରୁ ନାହାନ୍ତି ସେମାନେ ଅଗଣତାନ୍ତ୍ରିକ କଥା କହୁଛନ୍ତି ।
ଏହାବାଦ୍ ବାସହୀନଙ୍କୁ ପଟ୍ଟା ଓ ଘର ଦେବା, ଶିଳ୍ପାୟନ ମାଧ୍ୟମରେ ସ୍ଥାନୀୟ ଯୁବକଙ୍କୁ ରୋଜଗାର ଦେବାର ପ୍ରତିଶ୍ରୁତି ଦେଇ ତାହାକୁ ପାଳନ ନକରିବାର ସର୍ବଶ୍ରେଷ୍ଠ ରେକର୍ଡ ବି ନବୀନ ସରକାରଙ୍କ ଉପଲବ୍ଧି କହି ଘେରିଛନ୍ତି ସମୀର । ଏଭଳି ରେକର୍ଡରୁ ଭବିଷ୍ୟତ ପୀଢି କ’ଣ ଶିଖିବ ବୋଲି ପ୍ରଶ୍ନ କରିବା ସହ ଦୀର୍ଘ ସମୟ ଶାସନ ବ୍ୟବସ୍ଥା ନୁହେଁ ବରଂ କର୍ମରୁ ମଣିଷର ପରିଚୟ ବୁଝାପଡେ ବୋଲି କହିଛନ୍ତି ପୂର୍ବତନ ବିଜେପି ରାଜ୍ୟ ସଭାପତି।
ଅଧିକ ପଢ଼ନ୍ତୁ ଓଡିଶା ଖବର: