କନକ୍ଲେଭ ମାଧ୍ୟମରେ ଶିଳ୍ପ, ଶିକ୍ଷାନୁଷ୍ଠାନ, ତାଲିମ ସହଭାଗୀ, କ୍ଷେତ୍ରୀୟ ଦକ୍ଷତା ପରିଷଦ, ଆନ୍ତର୍ଜାତୀୟ ସଂଗଠନ, ରାଷ୍ଟ୍ର ପ୍ରତିନିଧୀ ଏବଂ ସ୍କିଲ୍ ଆମ୍ବାସାଡରଙ୍କ ସହ ଜଡିତ ହେବା ନେଇ ପ୍ରୟାସ କରାଯାଉଛି। ଓଡ଼ିଶାର ଦକ୍ଷତା ପ୍ରଦର୍ଶନ ପାଇଁ ଓଡିଶା ସ୍କିଲ କନକ୍ଲେଭ ଏକ ଅନନ୍ୟ ସୁଯୋଗ ପ୍ରଦାନ କରିବ। ଏହି କାର୍ଯ୍ୟକ୍ରମରେ ଆନ୍ତର୍ଜାତୀୟ ତଥା ଜାତୀୟ ସ୍ତରୀୟ ବ୍ୟକ୍ତି , ବୁଦ୍ଧିଜୀବୀ , ଶିଳ୍ପ ପ୍ରତିନିଧୀମାନେ ଅଂଶଗ୍ରହଣ କରିବେ। ଏଥିରେ 2000ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଶିଳ୍ପ ଏକାଡେମୀ , ସରକାରୀ କ୍ଷେତ୍ରର 1000 ରୁ ଉର୍ଦ୍ଧ୍ବ ପ୍ରତିନିଧୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ। ଆଜିଠାରୁ ଆରମ୍ଭ ହୋଇ 22 ତାରିଖ ଯାଏଁ ଚାଲିବ ଏହି କନକ୍ଳେଭ।
ଅଧିକ ପଢନ୍ତୁ ଓଡ଼ିଶା ଖବର