ଏ ସରକାର ହେଉଛନ୍ତି ମିଛ ପ୍ରବଞ୍ଚନାର ସରକାର...
ପୁରୀ: ଆଜି ପୁରୀ ଗସ୍ତ କରି ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋରୋନା କଟକଣା କୋହଳ ପରେ ପ୍ରଥମ ଥର ପାଇଁ ଶ୍ରୀମନ୍ଦିର ଗସ୍ତ କରିଛନ୍ତି ନବୀନ । ମହାପ୍ରଭୁଙ୍କ ଦର୍ଶନ ପରେ ନବୀନ କହିଛନ୍ତି, କରୋନା ସମୟରେ ପ୍ରଥମ ଥର ପାଇଁ ମନ୍ଦିରକୁ ଆସିଛି ।
କରୋନା ସମୟରେ ଓଡ଼ିଶାବାସୀ ଯେଉଁ ତ୍ୟାଗ କରିଛନ୍ତି ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ବୁଲି ବିକାଶ ମୂଳକ କାର୍ଯ୍ୟର ଦେଖିଛନ୍ତି ନବୀନ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବେଳେ ସେବାୟତଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା ମଧ୍ୟ କରିଛନ୍ତି ।