ମନ ମୋହୁଛି ଭଦ୍ରକ ଜିଲ୍ଲାର ସୀତକୁଣ୍ଡ
ଅର୍ଗସ ବ୍ୟୁରୋ: ପରୀ ପ୍ରସଙ୍ଗରେ ଅଭିଯୁକ୍ତଙ୍କ ଭାଇରାଲ ଭିଡିଓକୁ ନେଇ ଚର୍ଚ୍ଚା । ଯେଉଁଥିରେ ନାବାଳକ ଜଣଙ୍କ ହତ୍ୟା କଥାକୁ ସ୍ବୀକାର କରୁଥିବା କୁହାଯାଉଛି । ତେବେ ଏହା କିଏ ଓ କାହିଁକି ଭାଇରାଲ କରିଛି ତାକୁ ନେଇ କିଛି ସ୍ପଷ୍ଟ ହୋଇନି । ତେବେ ଏହି ଭିଡିଓର ସତ୍ୟତାକୁ ନେଇ ପ୍ରଶ୍ନ କରିଛନ୍ତି ପରୀଙ୍କ ମାଆ ।
ସେ କହିଛନ୍ତି, ଟଙ୍କା ବା ବାଡ଼େଇକି ଏଭଳି ଭିଡିଓ କରାଯାଇଥାଇପାରେ । ବରିଷ୍ଠ ଆଇନଜୀବୀ ମଧ୍ୟ ଭିଡିଓର ବିଶ୍ବସନୀୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ସ୍ବୀକାରୋକ୍ତି ଭିଡିଓ କୋର୍ଟରେ ଗ୍ରହଣୀୟ ନୁହେଁ । ତେବେ ବର୍ତ୍ତମାନ ସୁଦ୍ଧା ପରୀ ହତ୍ୟା ଘଟଣାରେ ସତ୍ୟାସତ୍ୟ ସାମ୍ନାକୁ ଆସିନାହିଁ ।