ନୟାଗଡ଼ର ୫ ବର୍ଷର ପରୀକୁ ଅପହରଣ କରିନେଲେ, ଅତି ନୃଶଂସ ଭାବେ ହତ୍ୟା କରି ଫୋପାଡି ଦେଲେ ନିଷ୍ପାପ ଝିଅଟିକୁ । ଏହା ଭିତରେ ସାଢେ ୩ ମାସ ବିତିଲାଣି । ହେଲେ ହତ୍ୟାକାରୀଙ୍କୁ ଧରି ପାରୁନାହିଁ ପୋଲିସ । ପରୀକୁ ନ୍ୟାୟ ପାଇଁ ଚାଲିଛି ଅଭିଯାନ । ସୋସିଆଲ୍ ମିଡିଆରେ ବି କ୍ୟାମ୍ପେନ୍ । ମାମଲାକୁ ଡାଇଭର୍ଟ କରିବା ପାଇଁ ପୋଲିସ ଉଦ୍ୟମ କରୁଛି କି, ମୁଖ୍ୟ ଅଭିଯୁକ୍ତ ବାବୁଲି ନାୟକକୁ କାହିଁକି ପୋଲିସ ଧରୁନାହିଁ, ପରୀର ବାପା ମା ଆଣିଛନ୍ତି ସାଂଘାତିକ ଅଭିଯୋଗ । ମନ୍ତ୍ରୀ ଅରୁଣ ସାହୁଙ୍କ ଚାପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ସେମାନେ ଅଭିଯୋଗ କରିଛନ୍ତି ।