ନୟାଗଡ଼: ବହୁଚର୍ଚ୍ଚିତ ନୟାଗଡ଼ ମାଓବାଦୀ ଆକ୍ରମଣକୁ ଆଜି ୧୨ ବର୍ଷ ପୁରିଛି । ମାଓବାଦୀଙ୍କ ବର୍ବରକାଣ୍ଡକୁ ଆଜି ପୁରିଛି ୧୨ ବର୍ଷ । ଏହି ଆକ୍ରମଣରେ ମାଓବାଦୀଙ୍କ ଅତର୍କିତ ଗୁଳିର ସାମ୍ନା କରି ୧୫ ଜଣ ପୋଲିସ କର୍ମଚାରୀ ସହିଦ ହୋଇଥିଲେ । ଏହାସହ ସାହସର ସହ ମାଓବାଦୀଙ୍କ ମୁକାବିଲା ମଧ୍ୟ କରିଥିଲେ ପୋଲିସ କର୍ମଚାରୀ । ପାଖାପାଖି ୩ ଘଣ୍ଟା ନରସଂହାର କରିବା ପରେ ନୟାଗଡ଼ ଛାଡ଼ିଥିଲେ। ଏହି କାଳରାତ୍ରୀକୁ ଇତି ମଧ୍ୟରେ ୧୨ ବର୍ଷ ବିତିଯାଇଛି ।
ଘଟଣା ଥିଲା ୨୦୦୮ ଫେବ୍ରୁଆରି ୧୫ ତାରିଖ ରାତିର । ନୟାଗଡ଼ ଜିଲ୍ଲାରେ ତାଣ୍ଡବଲୀଳା ରଚିଥିଲେ ମାଓବାଦୀ। ଅଘଟଣର କିଛି ଦିନ ପୂର୍ବରୁ ନୟାଗଡ଼କୁ ମାଓବାଦୀମାନେ ଆସି ପୋଲିସ ପ୍ରଶାସନର ସ୍ଥିତି ଆକଳନ କରିଥିଲେ। ଯାହାର ସାମାନ୍ୟ ସୁରାକ ଗୁଇନ୍ଦା ବି ପାଇନଥିଲା। ଫଳରେ ଅଚାନକ ମାଓବାଦୀମାନେ ନୟାଗଡ଼ ଥାନା ସମେତ ଦଶପଲ୍ଲା, ନୂଆଗାଁ ଥାନା, ଫାଣ୍ଡି, ରିଜର୍ଭ ପୋଲିସ ଅଫିସ୍ରେ ପଶି ବର୍ବରକାଣ୍ଡ ଘଟାଇଥିଲେ । ଯେଉଁଥିରେ ୧୫ ପୋଲିସ କର୍ମଚାରୀ ସହିଦ୍ ହୋଇଥିଲେ ।
ଶୀତ ରାତିରେ ଶୂନଶାନ୍ ଥିବା ନୟାଗଡ଼ ସହରରେ କେହି କିଛି ବୁଝିବା ପୂର୍ବରୁ ହଠାତ୍ ସଶସ୍ତ୍ର ମାଓବାଦୀ ଗୁଳିଗୋଳା ସହ ବୋମା ବର୍ଷଣ ଆରମ୍ଭ କରି ଦେଇଥିଲେ । ପୋଲିସ ଟ୍ରେନିଂ ସ୍କୁଲ୍ରେ ପ୍ରଥମେ ଆକ୍ରମଣ ସାରି ନୟାଗଡ଼ ଥାନା ଉପରେ ଆକ୍ରମଣ କରିଥିଲେ । ଆଉ ଏହି ଘଟଣା ଇତି ମଧ୍ୟରେ ୧୨ ବର୍ଷ ପୁରିଛି ।
ଅର୍ଗସ ବ୍ୟୁରୋ: ରାସ୍ତାକଡ଼ରେ ଛିଡା ହୋଇଥିବା ହାଇୱାକୁ ଧକ୍କା ଦେଲା କାର୍ । ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 4 ଜଣ ଗୁରୁତର ହୋଇଛନ୍ତି । ଭଦ୍ରକ ଜିଲ୍ଲା 16 ନଂ ଜାତୀୟ ରାଜପଥ ଭଦ୍ରକ ଗ୍ରାମାଞ୍ଚଳ ଥାନା ଗେଲପୁର ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । ଭଦ୍ରକ ପୁରୁଣା ବଜାର ଅଞ୍ଚଳର କିଛି ଯୁବକ ଦୋବଲ ଅଞ୍ଚଳକୁ ଯାଉଥିବାବେଳେ ଅଘଟଣ ଘଟିଥିଲା ।
ଦୁର୍ଘଟଣାରେ 5 ଜଣ ଗୁରୁତର ହୋଇଥିବା ବେଳେ ସମସ୍ତଙ୍କୁ ବିଳମ୍ବିତ ରାତିରେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଦୁଇ ଜଣଙ୍କର ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେଥିମଧ୍ୟରୁ ଅଧା ରାସ୍ତାରେ ଜଣଙ୍କର ମୃତ୍ୟୁ ହୋଇଥିଲା ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଦୁଇ ଟ୍ରକ ମୁହାଁମୁହିଁ ଧକ୍କା। ଜଣେ ମୃତ ଜଣେ ଗୁରୁତର। ଜମନକିରା ଥାନା ୫୩ନଂ ଜାତୀୟ ରାଜପଥ ଚିମିମହୁଲରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ସିମେଣ୍ଟ ବୋଝେଇ ଟ୍ରକ ଓ କଣ୍ଟେନର ମଧ୍ୟରେ ମଧ୍ୟରେ ମୁହାମୁହିଁ ଧକ୍କା । କଣ୍ଟେନର ଗାଡିର ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ସିମେଣ୍ଟ ବୋଝେଇ ଟ୍ରକ ଡ୍ରାଇଭରକୁ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ନୟାଗଡ: ନୟାଗଡ ଜିଲ୍ଲା ରଣପୁର ଅଂଚଳରେ ଦିନକୁ ଦିନ ନିଶା କାରବାର ବଢୁଥିବା ବେଳେ ଏବେ ଆକ୍ସନ ମୋଡ଼୍ ରେ ରଣପୁର ଅବକାରୀ ବିଭାଗ । ବିଶେଷ ସୂତ୍ରରୁ ଖବର ପାଇ ରଣପୁର ଅବକାରୀ ଥାନା ଓଏସଆଇ ସୁବାଷ ସେଠୀଙ୍କ ନେତୃତ୍ୱରେ ଏକ ଟିମ୍ ରଣପୁର ବ୍ଲକର ନର୍ସିଙ୍ଗପୁର ଓ ଅମ୍ବାଝରରେ ଚଢ଼ାଉ କରିଥିଲା । ବିପୁଳ ପରିମାଣରେ ମଦ ତିଆରି ସାମଗ୍ରୀ , 135 ଲିଟର ଦେଶୀ ମଦ ଓ ଗୋଟିଏ ବାଇକ ଜବତ କରିବା ସହ 3 ଜଣଙ୍କୁ ଗିରଫ କରିଛି ଅବକାରୀ ପୋଲିସ ।
ଅଭିଯୁକ୍ତମାନେ ହେଲେ ଆମ୍ବାଝର ଗ୍ରାମର ଶରତ ଶ୍ରୀଚନ୍ଦନ ଓ ରାକେଶ ଶ୍ରୀଚନ୍ଦନ, ନର୍ସିଙ୍ଗପୁର ଗ୍ରାମର ଚିତ୍ତରଞ୍ଜନ ସାହୁ । ତେବେ ଜବତ ମଦ ଓ ମଦ ତିଆରି ସାମଗ୍ରୀର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅବକାରୀ ଥାନା ପକ୍ଷରୁ ସୂଚନା ଦିଆଯାଇଛି ।
ଆହୁରି ପଢନ୍ତୁ ଅପରାଧ ଖବର...