ବିବାହ ବେଳେ ଦାବି ମୁତାବକ ଜାନି ଯୌତୁକ ଦିଆଯାଇଥିଲା । ହେଲେ ପରେ ଅଧିକ ଯୌତୁକ ଦାବି କରିଥିଲେ ଶାଶୁ ଘର ଲୋକେ । ରାଲିଆ ଏବଂ ସନ୍ୟାସୀ ଭୁବନେଶ୍ବରରେ ରହୁଥିବାବେଳେ ୧ ବର୍ଷ ହେବ ଯୌତୁକ ଏବଂ ବିଭିନ୍ନ କାରଣ ପାଇଁ ଅନେକ ସମୟରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗିରହିଥିଲା ।
କିଛି ଦିନ ହେବ ବାପଘର ଗାଁ ଢିପାମାଳକୁ ଆସି ରହୁଥିଲେ ରାଲିଆ । ବୁଝା ସୁଝା କରି ଗତକାଲି ଶାଶୁ ଘରେ ଛାଡ଼ି ଆସିଥିଲା ଭାଇ । ଆଜି ଝୁଲନ୍ତା ଅବସ୍ଥାରେ ମିଳିଥିଲା ଝିଅର ମୃତଦେହ । ଏ ନେଇ ପରିବାର ପକ୍ଷରୁ ସଦର ଥାନାରେ ସ୍ଵାମୀ ସନ୍ୟାସୀ ସାହୁ, ଶାଶୁ , ଶଶୁର ,ଜା , ଦେଢ଼ସୁରଙ୍କ ନାମରେ ଅଭିଯୋଗ ହୋଇଛି । ତୁରନ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାକୁ ପରିବାର ଏବଂ ଗାଁ ଲୋକେ ଥାନାରେ ପ୍ରତିବାଦ କରି ଦାବି କରିଛନ୍ତି । ସେପଟେ ସ୍ୱାମୀ ସନ୍ୟାସୀ ସାହୁଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ l
ଆହୁରି ପଢନ୍ତୁ ଓଡିଶା ଖବର...