USA ରେ ରହୁଥିବା ଓଡ଼ିଶାର ଜଣେ ମହାନ ବ୍ୟକ୍ତି ଦୁଖବନ୍ଧୁ ବିଶ୍ୱାଳଙ୍କ ମାଧ୍ୟମରେ ଶୁଶିଲ ସେଠିଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆର୍ଥିକ ସହାୟତା କରିଛନ୍ତି । ଦୁଖବନ୍ଧୁ ବିଶ୍ୱାଳଙ୍କ ଫେସବୁକର ବନ୍ଧୁ ଏବଂ ଭାରତୀୟ ମାନବାଧିକାର ପରିଷଦର ସଦସ୍ୟ ବୃନ୍ଦ ଆର୍ଥିକ ସାହାଯ୍ୟ ସହଯୋଗ କରିଛନ୍ତି । ସେଥିପାଇଁ ଏଇଭଳି ସାହାଯ୍ୟ ସହଯୋଗ ଓ ସମାଜ ସେବୀ ଦୁଖବନ୍ଧୁ ବିଶ୍ୱାଳ ଓ ସମାଜ ସେବୀ ଶୁଶିଲ ଦାସଙ୍କ ମହାନତା ମାନବିକତା ପରିଚୟ ଦେଇଛି । ସହଯୋଗ ପାଇଁ ଓଡିଶା ବାସୀ ଓ ଶୁଶିଲଙ୍କ ପରିବାର ସାଧୁବାଦ ଜଣାଇଛନ୍ତି ସମାଜ ସେବୀ ଦୁଖବନ୍ଧୁ ବିଶ୍ୱାଳ ।
ଓଡିଶା ବାସୀଙ୍କ ଆର୍ଥିକ ସାହାଯ୍ୟ ସହଯୋଗରେ ପିଲାଟି ଚିକିତ୍ସା ହେଉଛି । କିନ୍ତୁ ଏଠି ରାଜ୍ୟ ସରକାରଙ୍କ ତରଫରୁ କୌଣସି ସାହାଯ୍ୟ ସହଯୋଗ ମିଳି ପାରି ନାହିଁ । ଆମେ ଆଉଥରେ ପ୍ରଶାସନଙ୍କୁ ନିବେଦନ କରୁଛୁ ସରକାରଙ୍କ ତରଫରୁ କିଛି ସାହାଯ୍ୟ ସହଯୋଗ ମିଳିଲେ ଶୁଶିଲ ଭଲ ହହେଇ ଓଡିଶା ଫେରି ପାରିବ । ଯଦି କୌଣସି ସହୃଦୟ ବ୍ୟକ୍ତି ସହଯୋଗ କରିବା ପାଇଁ ଚାହୁଛନ୍ତି ତେବେ ୯୧୯୩୭୩୮୮୪୦୭୯ ଯୋଗାଯୋଗ କରି ସହଯୋଗ କରିପାରିବେ ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।