ଅର୍ଗସ ବ୍ୟୁରୋ : ସରକାରୀ ବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ଅନେକ ପିଲା ଏବେ ବେସରକାରୀ ବିଦ୍ୟାଳୟକୁ ଆପଣେଇ ନେଉଛନ୍ତି |ମାତ୍ର ଘୋଷଣା ଅନେକ ଆଉ ଫଳ ଶୂନ, ଯାହା ଆଜି ଏଠି ପ୍ରମାଣିତ। ବିଦ୍ୟାଳୟ ଅଛି ହେଲେ ପିଲା ମାନଙ୍କ ସୁବିଧା ପାଇଁ ପରିସ୍ରାଗାର, ବା ପାଇଖାନାର ସୁବିଧା ନାହିଁ ଦୀର୍ଘଦିନ ହେବ ଭାଙ୍ଗି ରୁଜି ଅଧା ଭଗ୍ନ ଅବସ୍ଥାରେ ପଡି ରହିଛି ପାଚେରୀ ପାଖରେ ରହିଛି ଏକ ପୋଖରୀ ଆଉ ବିପଦପୂର୍ଣ୍ଣ ଅବସ୍ଥାରେ ପିଲାମାନେ ଶୌଚ ହେବା ପାଇଁ ପୋଖରୀକୁ ଯାଉଛନ୍ତି | ଅନ୍ୟପଟେ ବିଦ୍ୟାଳୟରୁ ବାରମ୍ବାର ଶିକ୍ଷକ ବଦଳିକୁ ନେଇ ମଧ୍ୟ ଅଭିଯୋଗ ହେଉଛି | ରାଜ୍ୟ ସରକାର 5ଟି ବିଦ୍ୟାଳୟ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ପୂର୍ବ ରୁ ରହିଥିବା ସରକାରୀ ବିଦ୍ୟାଳୟ କୁ ନେଇ ଆଖି ମୁଜି ଦେଇଛି ଗଣଶିକ୍ଷା ବିଭାଗ।
ଏନେଇ ଗ୍ରାମବାସୀଙ୍କ ତରଫରୁ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ଅଭିଯୋଗ ହୋଇଛି। ହେଲେ ୩ ବର୍ଷ ହେବ ବିଭାଗୀୟ ଅଧିକାରୀଙ୍କ ନିଦ ଭାଙ୍ଗୁନି ଏବେ ବର୍ଷାଦିନ। ଭଙ୍ଗା ଘରେ ଅନେକ ଥର ସାପ ପଶିଛନ୍ତି | ବିପଦ ସଂକୁଳ ଅବସ୍ଥାରେ ପାଠ ପଢୁଛନ୍ତି ପିଲା | ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗର ପାରିବା ପଣିଆର ବାସ୍ତବଚିତ୍ର ଏବେ ସତ୍ୟବାଦୀରେ କେବେ ହେବ ଏହି ବିଦ୍ୟାଳୟର ପୁର୍ଣରୁଦ୍ଧାର ତାହା ଏବେ ସ୍ଥାନୀୟ ଲୋକଙ୍କ ମନରେ ପ୍ରଶ୍ନ |
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।