ଦେବସ୍ନାନ ପୂର୍ଣ୍ଣମୀ ଉପଲକ୍ଷେ ଆଜି ସାରା ରାଜ୍ୟରୁ କୋଣ ଅନୁକୋଣରୁ ବହୁ ଭକ୍ତ ଓ ସାଧୁସନ୍ଥ ମାନେ ଏକାଠି ହୋଇଥାନ୍ତି l ଏବଂ ଶ୍ରୀ ଅଚ୍ୟୁତାନନ୍ଦଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଲାଗିରହିଥାଏ l
ଆସନ୍ତୁ ଦେଖିବା ନେମାଳ ପିଠାରୁ ଏହି ସ୍ପେସିଆଲ ରିପୋର୍ଟ। ଏ ହେଉଛି କଟକ ଜିଲ୍ଲା ମାଳିକା କ୍ଷେତ୍ର ନେମାଳ। ପଦ୍ମବନ ସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦ ପୀଠରେ ପାଳିତ ହେଉଛି ମହାପୁରୁଷଙ୍କ ପବିତ୍ର ଦେବସ୍ନାନ ଉତ୍ସବ। ସମୟ ନିର୍ଘଣ୍ଟ ଅନୁସାରେ ପ୍ରାପ୍ତ ସକାଳୁ ବିଭିନ୍ନ ନୀତିକାନ୍ତି ଚାଲୁଅଛି। ବିଭିନ୍ନ ଆଡୁ ଲକ୍ଷାଧିକ ଶ୍ରଦ୍ଧାଳୁ ମାନେ ପ୍ରଭୁଙ୍କୁ ଦର୍ଶନ କରି କୋଟି ପୁଣ୍ୟ ଲାଭ କରୁଛନ୍ତି। କୁହାଯାଏ ଆଜିର ଦିନରେ ଶ୍ରୀକ୍ଷେତ୍ରରେ ଜଗନ୍ନାଥଙ୍କୁ ଦର୍ଶନ କରିବା ଠାରୁ ଏଠାରେ ମହାପୁରୁଷଙ୍କୁ ଦର୍ଶନ କଲେ ଅଧିକ ପୁଣ୍ୟ ମିଳିଥାଏ।
ଏହି ନେମାଳ ପିଠ ଭକ୍ତ ମାନଙ୍କ ପାଇଁ ଭୋଗ ଦୋକାନ ଠାରୁ ଆରମ୍ଭ କରି ବହୁ ଦୋକାନ ବଜ଼ାର ପଡିଥାଏ l ଏବଂ ବହୁ ସ୍ବେଚ୍ଛାସେବୀ ସଂଗଠନ ଖରାଦିନ ଲାଗି ଶ୍ରଦ୍ଧାଳୁଙ୍କ ପାଇଁ ପାଣି ଓ ଦହି ଏବଂ କାକରା ପିଠା ଭଳି ସାମଗ୍ରୀ ଦେଇଥାନ୍ତି l ଏବଂ ଭକ୍ତ ମାନଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ଭାବେ ବାଉଁଶରେ ବାରିକେଡ ମଧ୍ୟ କରାଯାଇଛି l ଯେମିତି କି ଲାଇନରେ ରହି ଭକ୍ତ ମାନେ ସୁରୁଖୁରୁରେ ଦର୍ଶନ କରିପାରିବେ l ଆଜି ର ଦିନ ଲକ୍ଷାଧିକ ଭକ୍ତ ମାନେ ଆସନ୍ତି ସେଥିପାଇଁ ପାଇଁ କଟକ ପୋଲିସ ଦ୍ୱାରା ବ୍ୟାପକ ବ୍ୟବସ୍ଥା କରାଯାଇଛି l
ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର