ଏହି ବସ୍ ଟର୍ମିନାଲରେ ରହିଛି ଅତ୍ୟାଧୁନିକ ବ୍ୟବସ୍ଥା। ଯାତ୍ରୀଙ୍କ ସୁଵିଧା ପାଇଁ ରହିଵ ହୋଟେଲ, ରେଷ୍ଟୁରାଣ୍ଟ , କଫି କର୍ଣ୍ଣର , ଠାରୁ ଆରମ୍ଭ କରି ସପିଂ ମଲ, ମାର୍କେଟ କମ୍ପ୍ଲେକ୍ସ। ଵସଷ୍ଟାଣ୍ଡରେ ସଵୁ କିଛି ଅତ୍ୟାଧୁନିକ ବ୍ୟବସ୍ଥା ରହିବ। ଏହାସହ ଯାତ୍ରୀଙ୍କ ପାଇଁ ୱେଟିଂ ହଲ, ଟୟଲେଟ, ଶିଶୁଙ୍କ ପାଇଁ ଵେବି ଫିଡିଂ ରୁମ ଇଲେକ୍ଟ୍ରି ଗାଡି ଚାର୍ଜିଂ ପଏଣ୍ଟର ଵ୍ୟଵସ୍ଥା କରାଯିଵ। ଏହି ୧୧ହଜାର ବର୍ଗ ଫୁଟ ପରିମିତ ଜାଗାରେ ଏକକାଳିନ ୧୮୦ଟି ବସ ରହିବାର ବ୍ୟବସ୍ଥା କରାଯାଇଛି। ଏହା ବ୍ୟତୀତ ଦୁଇ ଚକିଆ ଏବଂ ୪ ଚକିଆ ଯାନ ପାଇଁ ଅଲଗା ଅଲଗା ପାର୍କିଂ ପ୍ଲେସ୍ ରହିବ। ଏହି ପାକିଂ ପ୍ଲେସ୍ରେ ଏକକାଳୀନ ୨୭୫ଟି ଚାରି ଚକିଆ ଯାନ ପାର୍କିଂ କରିପାରିବ ବୋଲି କହିଛନ୍ତି ସି ଏମ ସି କମିଶନର।
ଜାନୁୟାରୀ ୨୩ ତାରିଖ ନେତାଜୀ ଜୟନ୍ତୀରେ ନୂତନ ବସ ଟର୍ମିନାଲ ପାଇଁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ। ୬୫ କୋଟି ଟଙ୍କା ବ୍ୟୟ ଅଟକଳରେ ଖାନନଗର ଠାରେ ନିର୍ମିତ ହେବାକୁ ଥିବା ଏହି ବସ ଟର୍ମିନାଲ ପ୍ରକଳ୍ପଟିକୁ ଦେଢ ବର୍ଷ ମଧ୍ୟରେ ଶେଷ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ହେବାକୁ ଥିବା ଏହି ଟର୍ମିନାଲରେ ଯାତ୍ରୀ ବିଶ୍ରାମାଗାର, ଟିକେଟ କାଉଣ୍ଟର ଓ ସୂଚନା କେନ୍ଦ୍ର ମଧ୍ୟ ରହିବ। ମୋ ବସ, osrtc, ଅନୁଗୁଳ ବସ ଷ୍ଟାଣ୍ଡ , ପୁରୀ ବସଷ୍ଟାଣ୍ଡ , ପାରାଦ୍ୱୀପ ବସଷ୍ଟାଣ୍ଡ , ସମସ୍ତ ବସଷ୍ଟାଣ୍ଡ ଗୋଟିଏ ସ୍ଥାନରେ ରହିବ। ତେବେ ଏବେ ସୁଦ୍ଧା ବସ ରୁଟକୁ ନେଇ ଦ୍ଵନ୍ଦ୍ବ ରହିଛି। ତଥାପି ନୂତନ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ହେଲେ ବାଦାମବାଡ଼ି ସମସ୍ତ ବସ ଷ୍ଟାଣ୍ଡରେ ଭିଡ଼ କମିବା ସହ ଯାତ୍ରୀମାନେ ଭଲ ସୁବିଧା ପାଇ ପାରିବେ ବୋଲି କହିଛନ୍ତି ଘରୋଇ ବସ ମାଲିକ ସଂଘର ସଭାପତି।