ROK THOK: ପୋଷା ଶୁଆଙ୍କ ଘୋଷା କଥା
ଭୁବନେଶ୍ଵର: ରାଜ୍ୟରେ ବଢୁଥିବା କୋରୋନା ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସରକାର ନୂଆ ଗାଇଡ ଲାଇନ ଜାରି କରିଛନ୍ତି। ଓଡ଼ିଶା ଆସୁଥିଲେ ଆରଟିପିସିଆର ନେଗେଟିଭ ରିପୋକ୍ଟ ବାଧ୍ୟତାମୂଳକ ହୋଇଛି।
ଓଡ଼ିଶାକୁ ପ୍ରବେଶ କରିବାର 72 ଘଣ୍ଟା ପୂର୍ବର ରିପୋର୍ଟ ଗ୍ରହଣୀୟ ହେବ। ଟ୍ରେନ, ବସ, ଏରୋପ୍ଲେନ୍, ଘରୋଇ ଗାଡି ପାଇଁ ନିୟମ ଲାଗୁ। ଟେଷ୍ଟ ରିପୋର୍ଟ ନଥିଲେ ସପ୍ତାହେ କ୍ବାରେଣ୍ଟାଇନ୍ ବାଧ୍ୟତାମୂଳକ।
ପୁଣି ଥରେ ଟିଏମସି ଖୋଲିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ହୋଇଛି। ଛତିଶଗଡ-ଓଡ଼ିଶା ମଧ୍ୟରେ ଚାଲୁଥିବା ଗାଡି ଚଳାଚଳ ବନ୍ଦ କରିବାକୁ ନିର୍ଦ୍ଦେଶ ହୋଇଛି। ସେହିପରି ଛତିଶଗଡକୁ ଟ୍ରେନ ଚଳାଚଳ ବନ୍ଦ କରିବା ପାଇଁ ରେଲୱେ ବୋର୍ଡ ଅଧ୍ୟକ୍ଷଙ୍କୁ ମୁଖ୍ୟ ଶାସନ ସଚିବ ଚିଠି ଲେଖିଛନ୍ତି। କୋରୋନା ଭ୍ୟାକ୍ସିନର ଦୁଇଟି ଡୋଜ ନେଇଥିବା ବ୍ୟକ୍ତିଙ୍କୁ ଓଡିଶାକୁ ସିବା ଆନିମନ୍ତେ ଅନୁମତି ମିଳିଛି।