ଅର୍ଗସ ବ୍ୟୁରୋ: ନୂଆବର୍ଷର ନୂଆ ସକାଳ, ନୂଆ ସମ୍ଭାବନା.... ଏମିତି କେତେ କଣ ରଙ୍ଗୀନ ପସରାକୁ ନେଇ ଆସିଛି 2023। ବର୍ଷ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସଫଳତାରେ ଭରିଯାଉ ଜୀବନ। ପୁରୁଣା ବର୍ଷର ସ୍ମୃତିକୁ ପାଥେୟ କରି ନୂଆ ସକାଳର କିରଣ ସହିତ ଆଗକୁ ବଢିବାକୁ ପ୍ରସ୍ତୁତ ସମସ୍ତେ। ପୁରୁଣା ବର୍ଷର କଳା ବାଦଲ ଚଳିତ ବର୍ଷର ଉଦିତ ସୂର୍ଯ୍ୟକୁ ଘୋଡାଇ ନଦେଉ। ସୁନେଲି କିରଣ ଲୋକଙ୍କୁ ଆଗକୁ ବଢିବାକୁ ପ୍ରେରଣା ଦେଉ। ରାଜଧାନୀ ଭୁବନେଶ୍ବର, କଟକ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର, ପୁରୀ ଆଦି ସହରରେ ଥିବା କିଛି ହୋଟେଲ୍ରେ ‘ଜିରୋ ନାଇଟ୍’ ସେଲିବ୍ରେସନ୍ ହୋଇଛି। ନୂଆବର୍ଷ ପାଳନ ଅବସରରେ ଯୁବପୀଢ଼ି ଉତ୍ସାହିତ ହୋଇଛନ୍ତି। ନୂଆବର୍ଷ ପାଇଁ ବହୁସ୍ଥାନରେ ଭୋଜିଭାତର ଆସର ହୋଇଥିବା ଦେଖିବାକୁ ମିଳିଛି।
ନୂଆ ବର୍ଷ ପହିଲାରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଆଶୀର୍ବାଦ ନେବା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି। ତେଣୁ ଶ୍ରୀକ୍ଷେତ୍ର ପୁରୀରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ପ୍ରବଳ ଗହଳି ଲାଗିଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନେ ବ୍ୟାକୁଳ ହୋଇ ଉଠିଛନ୍ତି। ଏତଦ ବ୍ୟତୀତ ଲୋକେ ବର୍ଷ ପହିଲାରେ ବିଭିନ୍ନ ମନ୍ଦିର ଓ ପର୍ଯ୍ୟଟନ ସ୍ଥଳ ବୁଲିବା ଯୋଜନା ରଖିଛନ୍ତି। ତେଣୁ ପର୍ଯ୍ୟଟନସ୍ଥଳଗୁଡ଼ିକରେ ମଧ୍ୟ ପ୍ରବଳ ଜନଗହଳି ହେବାର ଆଶଙ୍କା ରହିଛି।
ଓଡିଶା ଖବର ଆହୁରି ପଢନ୍ତୁ