ସ୍ବାଦ ଓଡ଼ିଶା ହେଉଛି ଓଡ଼ିଶାର ୧ନଂ ଲୋକପ୍ରିୟ ଚେନାଲ ଅର୍ଗସର ନିଆରା ଉଦ୍ୟମ। ହଜିଯାଉଥିବା ସୁସ୍ବାଦୁ ବ୍ୟଞ୍ଜନକୁ ପୁଣି ଜନତାଙ୍କ ପାଖରେ ପହଞ୍ଚାଇବାର ଏହା ସବୁଠାରୁ ନିଆରା ପ୍ରୟାସ। ଯାହାର ମଙ୍ଗ ଧରିଛନ୍ତି ଓଡ଼ିଆ ଝିଅ ସୃତିଶ୍ରୀ ସିଂ। ଅନୁଗୋଳର ଝିଅ ସୃତିଶ୍ରୀ ହେଉଛନ୍ତି ଭାରତର ପ୍ରମୁଖ ରୋଶେଇ ଶୋ, ମାଷ୍ଟର ସେଫ୍ ଇଣ୍ଡିଆର ଫାଇନାଲିଷ୍ଟ। ସେ ଭୁବନେଶ୍ବରରେ ହୋଟେଲ ମ୍ୟାନେଜମେଣ୍ଟ କରିଛନ୍ତି।
ଭାରତୀୟ ଖାଦ୍ୟ ତାଲିକାରେ ଓଡ଼ିଆ ଖାଦ୍ୟପେୟ ତଥା ମିଠା ଓ ପିଠା ବେଶ୍ ମାଇନା ରଖେ। ଯାହା ବିଶ୍ବ ଦରବାରରେ ଆଦ୍ରୁତି ଲାଭ କରିବା କଥା। ଏହି ପ୍ରୟାସ ନେଇ ଶ୍ରୂତିଶ୍ରୀଙ୍କୁ ନେଇ ଅର୍ଗସ ଆରମ୍ଭ କରିଛି ଏହି ନିଆରା କାର୍ଯ୍ୟକ୍ରମ। ଯାହା ମଲଟି ସେଟରେ ଭିନ୍ନ ଭିନ୍ନ ସେଲିବ୍ରେଟିଙ୍କୁ ନେଇ ପ୍ରସାରିତ ହେବ। ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ସଙ୍ଗୀତଜ୍ଞ, ଆଥଲେଟ୍, ଫ୍ୟାସନ ଡିଜାଇନର ଓ ସେଲିବ୍ରେଟିମାନେ ଏହି କାର୍ଯ୍ୟକ୍ରମରେ ଅତିଥି ହୋଇ ଆସିବେ। ଯେଉଁମାନେ ନିଜସ୍ବ ଢଙ୍ଗରେ ଖାଦ୍ୟଶୈଳୀର ରେସିପିକୁ ଜନତାଙ୍କ ସମ୍ମୁଖରେ ରଖିବେ।
୧୨ଟି ଏପିସୋଡରେ ଆପଣ ଏହି କାର୍ଯ୍ୟକ୍ରମର ଜଜ ଭାବେ କ୍ରିକେଟର ଦେବାଶିଷ ମହାନ୍ତି, ଧାବିକା ଦୂତି ଚାନ୍ଦ, ଚଳଚ୍ଚିତ୍ର ତାରକା ସବ୍ୟସାଚୀ-ଅର୍ଚ୍ଚିତା, ହକି ଖେଳାଳି ଦିଲ୍ଲୀପ ତିର୍କି, ଗାୟିକା ଅନନ୍ୟା ଶ୍ରୀତମ ନନ୍ଦ, ଫ୍ୟାସନ ଡିଜାଇନର ବିଭୁ ମହାପାତ୍ର, ସୂଜିତ ମେହେର ପ୍ରମୁଖ ଯୋଗ ଦେବେ।
ତେଣୁ ଦେଖିବାକୁ ଭୁଲିବେନି, ଆମ କାର୍ଯ୍ୟକମ ସ୍ବାଦ ଓଡ଼ିଶା।