ଆଫଗାନିସ୍ତାନରୁ ବାଂଲାଦେଶ, ବାଂଲାଦେଶରୁ ବାଲେଶ୍ବର ଭାୟା ପଶ୍ଚିମବଙ୍ଗ। ଧଳା ଜହର ବ୍ରାଉନ ସୁଗାର କାରବାରର ସିକ୍ରେଟ୍ ରୁଟ୍। ଏକ ତଥ୍ୟ ଅନୁସାରେ ରାଜ୍ୟରେ ପ୍ରତିଦିନ ୨ କିଲୋରୁ ଅଧିକ ଡ୍ରଗସ କାରବାର ହେଉଛି । ବାର୍ଷିକ କାରବାର ପାଖାପାଖି 7 ଶହ କୋଟିର। କୋଟି କୋଟି ଟଙ୍କାର ଲୋଭ, ନିଶାର ମାୟାଜାଲ। ଆଉ ରିମୋଟ କଣ୍ଟ୍ରୋଲ ଆତଙ୍କବାଦୀ ସଂଗଠନଙ୍କ ହାତରେ । ଉଦ୍ଦେଶ୍ୟ ହେଉଛି ଭାରତରେ ନାରକୋଟିକ୍ସ ଜିହାଦ୍ । ଅଣ ମୁସଲିମ୍ ଯୁବକଙ୍କୁ ନିଶା ଦେଇ ବରବାଦ କରିବା ଓ ଅପରାଧକୁ ବଢାଇବା ପାଇଁ ପ୍ରସ୍ତୁତ ହେଉଛି ମାଷ୍ଟରପ୍ଲାନ୍। କଲେଜ ପିଲା ଏପରିକି ସ୍କୁଲ ପିଲା ବି ପଡିଲେଣି ବ୍ରାଉନସୁଗାରର କବଳରେ।
ପରଭେଜ୍ ଆଜାଦ, ଟକଲୁ ରାଜା ପରେ ଏବେ ଡ୍ରଗସ ମାଫିଆ ତୈରୁଦ୍ଦିନ ବି ପୋଲିସ କବଜାରେ। ହେଲେ ସେମାନଙ୍କ ନେଟୱର୍କ ଲମ୍ବିଛି ବାଂଲାଦେଶରୁ ଭୁବନେଶ୍ବର। ଡ୍ରଗସ କାରବାରରେ ରୁଟରେ ପହଞ୍ଚିପାରୁନି ପୋଲିସ। ବିଭିନ୍ନ ସମୟରେ ଚାନ୍ଦା ଖାଇ ଚୁପ୍ ବସିଯାଉଛି ଅବକାରୀ ବିଭାଗ ଓ ପୋଲିସ । ନାରକୋଟିକ୍ସ ଜିହାଦ ନାମରେ ଚାଲିଥିବା ଆତଙ୍କବାଦୀ ମିଶନ ଧିରେ ଧିରେ ଭାରତ ଏବଂ ଓଡ଼ିଶାକୁ ଦୁର୍ବଳ କରିବାରେ ଲାଗିଛି।
ସାମାଜିକ ସଶକ୍ତିକରଣ ମନ୍ତ୍ରାଳୟର ଏକ ରିପୋର୍ଟ ଅନୁସାରେ ଦେଶରେ ୭୭ ଲକ୍ଷ ଲୋକ ବ୍ରାଉନସୁଗର ସେବନ କରୁଛନ୍ତି। ଆଶ୍ଚର୍ଯ୍ୟର ବିଷୟ ପଞ୍ଜାବ ପରେ ୨ ନମ୍ବରରେ ରହିଛି ଓଡିଶା । ଏବେ ବଡ଼ ପ୍ରଶ୍ନ କେବେ ଲାଗିବ ଡ୍ରଗସ କାରବାର ଉପରେ ରୋକ୍।