ଜଣେ ଆଦିବାସୀ ଛାତ୍ରୀଙ୍କୁ ଚାକିରୀ କରିବା ପାଇଁ ଉପାୟ ବତେଇବା ସହ ଛାତ୍ରୀଙ୍କୁ ଏକ କମ୍ପୁଟର କିଣଇ ଦେବା ବିଧାୟକ ଅମର ନାୟକଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। କେବଳ ସେତିକି ନୁହେଁ ଗାଁରେ ହାତୀ ଉପଦ୍ରବ,ସଡ଼କ ସମସ୍ୟା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହ ଜଙ୍ଗଲ କିଶନ ଜମିର ପରିବର୍ତନ, ଅଙ୍ଗନବାଡ଼ି କେନ୍ଦ୍ର ଠୁ ନେଈ ମାଛୁଆ ସାହି ନିକଟର ଥିବା ସ୍ପଞ୍ଜ ଫେକ୍ଟ୍ରି ରୁ ନିର୍ଗତ ହେଉଥିବା ଧୂଆଁ ପର୍ଯ୍ୟନ୍ତ ଗାଆଁର ଅନେକ ସମସ୍ୟା ସମାଧାନ ଦିଗରେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ଜଣାଇଥିଲେ ଜଣେ ପରେ ଜଣେ ଲୋକ। ସଭାରେ ବସିଥିବା DFO,BDO, ତହସିଲଦାର, ଜିଲ୍ଲାପାଳ ଓ ଏସପି ଙ୍କୁ ସଙ୍ଗେ ସଙ୍ଗେ ଏହି ସମସ୍ୟା ସମାଧାନ ଦିଗରେ ତ୍ୱରିତ ପଦକ୍ଷେପ ନେବା ନେଇ ମୁଖ୍ୟମନ୍ତ୍ରୀ ଏହି ସଭାରେ ପ୍ରଶାସନିକ ଅଧିକାରୀ ମାନଙ୍କୁ କର୍ଯ୍ୟକରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି। ସଭା କାର୍ଯ୍ୟ ସରିବା ପରେ ମାଟି ମା ଉପରେ ଚକା ଭିଡ଼ି ବିଧାୟକ, ସାଂସଦ ମାନଙ୍କୁ ଧରି ଜଣେ ଆଦିବାସୀ ମହିଳାଙ୍କ ଘରେ ମଧ୍ୟାହ୍ନ ଭୋଜନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଅଧିକ ପଢ଼ନ୍ତୁ ଓଡିଶା ଖବର...