ସେହିପରି 7ଟି ସରକାରୀ ମେଡିକାଲ କଲେଜକୁ ଜିଲ୍ଲା ଦାୟିତ୍ୱ ବଣ୍ଟନ କରାଯାଇଛି। ମେଡିକାଲ ଟିମ ଗୁଡିକ ସମ୍ପୃକ୍ତ ଜିଲ୍ଲା ଗୁଡିକର କୋଭିଡ କେୟାର ସେଣ୍ଟରର ଦାୟିତ୍ୱରେ ରହିବେ। ସମ୍ପୃକ୍ତ ଟିମ ଗୁଡିକ ଡିଏମଇଟିଙ୍କୁ ନିଜର ରିପୋର୍ଟ ପ୍ରଦାନ କରିବେ।
SCBକୁ କଟକ, ଢେଙ୍କାନାଳ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ଦାୟିତ୍ୱ ଦିଆଯାଇଥିବା ବେଳେ, MKCGକୁ ବୌଦ୍ଧ, ଗଞ୍ଜାମ, ଗଜପତି, କନ୍ଧମାଳର ଦାୟିତ୍ୱ ଦିଆଯାଇଛି। ସେହିପରି ଭୀମସାରକୁ ଅନୁଗୁଳ, ବରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ର ଦାୟିତ୍ୱ ଦିଆଯାଇଛି।
SLN ଦାୟିତ୍ୱରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡା ରହିଥିବା ବେଳେ PRM ବାରିପଦାକୁ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ଦାୟିତ୍ୱ ଦିଆଯାଇଛି। FM ମେଡିକାଲ କଲେଜକୁ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି। BB ମେଡିକାଲ କଲେଜକୁ ବଲାଙ୍ଗିର, କଳାହାଣ୍ଡି, ନୂଆପଡା ଓ ସୁବର୍ଣ୍ଣପୁର ଦାୟିତ୍ୱ ଦିଆଯାଇଛି।