ଭାରତରେ ମୁଣ୍ଡପିଛା ବାର୍ଷିକ ନଷ୍ଟ ହେଉଛି 50 କେଜି ଖାଦ୍ୟ ।
ଅର୍ଗସ ବ୍ୟୁରୋ : ରାଜ୍ୟରେ ଆଜି ପୁଣି 170 କରୋନା ପଜିଟିଭ୍ ଚିହ୍ନଟ। ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ 143 ଜଣ କ୍ଵାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ 27 ଜଣ ସ୍ଥାନୀୟ ସଂକ୍ରମିତ। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।
ସୂଚନାନୁଯାୟୀ, ଆଜି ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ ନବରଙ୍ଗପୁରରୁ 19, ରାୟଗଡ଼ାରୁ 16, ଖୋର୍ଦ୍ଧାରୁ 19, ଗଞ୍ଜାମରୁ 58, ଯାଜପୁରରୁ 3, ମାଲକାନାଗିରିରୁ 5, ପୁରୀରୁ 6, ନୟାଗଡ଼ରୁ 3, ଗଜପତିରୁ 16, ବରଗଡ଼ରୁ 1, କେନ୍ଦ୍ରାପଡ଼ାରୁ 6, ସମ୍ବଲପୁରରୁ 2, ଓ ପଶ୍ଚିମବଙ୍ଗ ଫେରନ୍ତା ଏନଡିଆରଏଫ ଟିମରୁ 1 ଚିହ୍ନଟ ହୋଇଛନ୍ତି।
ଏହିକ୍ରମରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 6350ରେ ପହଞ୍ଚିଥିବା ବେଳେ 4432 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେପଟେ ରାଜ୍ୟରେ ଏଯାବତ୍ ମୋଟ 1930 ଆକ୍ଟିଭ୍ କେସ୍ ରହିଛି।