ଏ ନେଇ ଗତ ୨୩ ତାରିଖ ଦିନ ଓଡ଼ିଶା ଗେଜେଟ ନୋଟିଫିକେସନ୍ ଜରିଆରେ ସୂଚନା ପ୍ରଦାନ କରାଯାଇଛି। ତେବେ ଜଣେ ବ୍ୟକ୍ତି ପ୍ରଥମେ ଅନଲାଇନରେ ସ୍ଲଟ ବୁକିଂ କରି ସେଥିରୁ ମିଳିଥିବା ସମୟ ଅନୁସାରେ ସବ ରେଜିଷ୍ଟ୍ରାର ଅଫିସ ପହଞ୍ଚି ପଞ୍ଜିକରଣ କରେଇ ପାରିବେ। ଏହା ଦ୍ୱାରା ପଞ୍ଜିକରଣ କରୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ କାଗଜପତ୍ର ଯାଞ୍ଚ କରିବା ପାଇଁ ଅଧିକାରୀଙ୍କୁ ଆଉ ଅଧିକ ସମୟ ନେବାକୁ ପଡ଼ିବ ନାହିଁ। ଏହା ସହ ଜମି କିଣାବିକାରେ ଜାଲିଆତି ଆଉ କରାଯାଇ ପାରିବ ନାହିଁ ବୋଲି ସୂଚନା ମିଳିଛି।ରାଜ୍ୟରେ ଥିବା ୨୦୫ ଟି ସବ୍ ରେଜିଷ୍ଟ୍ରେସନ୍ ଅଫିସରେ ଏହି ଅନଲାଇନ ସ୍ଲଟ ବୁକିଂ ବ୍ୟବସ୍ଥା କରାଯାଇଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: