ଏ ସରକାର ହେଉଛନ୍ତି ମିଛ ପ୍ରବଞ୍ଚନାର ସରକାର...
ଭୁବନେଶ୍ଵର: କରୋନାର ନୂଆ ଷ୍ଟ୍ରେନ ନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ସ୍ଵତନ୍ତ୍ର ରିଲିଫ କମିସନରର ନୂଆ ଷ୍ଟ୍ରେନ ନେଇ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏସଆରସିଙ୍କ ପକ୍ଷରୁ ଏସଓପି ଜାରି କରାଯାଇଛି। ଜନଗହଳିପୂର୍ଣ୍ଣ ସ୍ଥାନ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିୟମଭଙ୍ଗକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ରହିଛି । ଅଫିସରମାନଙ୍କୁ ଗ୍ରାଉଣ୍ଡକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି ହୋଟେଲ, ଢାବା, ରେଷ୍ଟୁରାଣ୍ଟ ଉପରେ ନଜର ରଖାଯିବ। ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରାଯିବ। ସ୍କୁଲ , କଲେଜ, ଅଙ୍ଗନବାଡିର ସ୍ଥିତି ସମୀକ୍ଷା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।