ଆପଣ ନିଜର ଘ୍ରାଣ ହରେଇଲା ଭଳି ଅନୁଭବ କରୁଛନ୍ତି କି ? କୌଣସି ଜିନିଷର ବାସ୍ନା ବାରିବାରେ ଆପଣଙ୍କୁ ସମସ୍ୟା ହେଉଛି କି ? ତାହେଲେ ଆପଣ ହୁଏତ ହୋଇଥାଇ ପାରନ୍ତି ଜଣେ କରୋନା ସଂକ୍ରମିତ । ଏକଥା ଆମେ କହୁନୁ ବରଂ କହିଛନ୍ତି ଇସ୍ରାଏଲର ବୈଜ୍ଞାନିକ ତଥା ଗବେଷକମାନେ । ସେଥିପାଇଁ ସେମାନେ ପ୍ରସ୍ତୁତ କରିଛନ୍ତି ଏକ ସ୍ମେଲ ଟ୍ରାକର ନାମକ ଏକ ଅନଲାଇନ୍ ପ୍ଲାଟଫର୍ମ । ଯାହା ସାହାଯ୍ୟରେ ଆପଣ ଘରେ ଥାଇ ପରୀକ୍ଷା କରି ଜାଣିପାରିବେ କରୋନା ଦ୍ୱାରା ସଂକ୍ରମିତ କି ନାହିଁ ।
ମାରାତ୍ମକ କୋଭିଡ୍ -୧୯ ବା କରୋନା ବିଶ୍ୱ ମହାମାରୀ ପାଲଟିବା ପରେ ସେ ବାଦଦରେ ଦିନକୁ ଦିନ ଜାଣିବାକୁ ମିଳୁଛି ଅନେକ ନୂଆ ନୂଆ ତଥ୍ୟ । ଗୋଟିଏ ବଡ଼ ତଥ୍ୟ ହେଲା ଅଧିକାଂଶ ଲୋକଙ୍କ ପାଖରେ କୌଣସି ପ୍ରକାର ଶାରୀରିକ କ୍ଷଣ ନଥାଇ ମଧ୍ୟ ପରୀକ୍ଷାରୁ ସେମାନେ କରୋନା ସଂକ୍ରମିତ ବୋଲି ଜଣାପଡ଼ୁଛି । ଏପରି ସଂକ୍ରମିତଙ୍କୁ ପ୍ରଥମରୁ ଟ୍ରାକ୍ କରିବା ସମ୍ଭବ ନଥିବାରୁ ସେମାନଙ୍କ ପାଇଁ ଅଜାଣାତରେ ଅନ୍ୟମାନେ ମଧ୍ୟ କରୋନା ଦ୍ୱାରା ସଂକ୍ରମଣର ଶୀକାର ହେଉଛନ୍ତି । ତେବେ ଗବେଷଣାରୁ ଜଣାପଡ଼ିଛି କୋରାନାର ଅନେକ ପ୍ରକାର ଲକ୍ଷଣ ମଧ୍ୟରୁ ଘ୍ରାଣଶକ୍ତି ହ୍ରାସ ଏକ ମଧ୍ୟ ବଡ଼ ଲକ୍ଷଣ ।
ଅନ୍ୟ କୌଣସି ଶାରୀରିକ ଲକ୍ଷଣ ନଥାଇ ଜଣେ ସଂକ୍ରମିତଙ୍କ ପାଖରେ ପ୍ରଥମେ ଏହି ଲକ୍ଷଣ ଦେଖା ଦେଇପାରେ । ସେଥିପାଇଁ ଚିକିତ୍ସା କେନ୍ଦ୍ରକୁ ନଯାଇ ମଧ୍ୟ ଜଣେ ଜାଣିପାରିବେ ସେ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି କି ନାହିଁ । ନିଶ୍ଚିତ ହେବା ପରେ ଜଣେ ପରବର୍ତୀ ପରୀକ୍ଷା ପାଇଁ ଯାଇପାରିବେ ଚିକିତ୍ସା କେନ୍ଦ୍ରକୁ । ଏଥିପାଇଁ ଇସ୍ରାଏଲର ୱିଜମାନ୍ ଇନିଷ୍ଟିଚ୍ୟୁଟ୍ ଅଫ୍ ସାଇନସ୍ର ଗବେଷକମାନେ ପ୍ରସ୍ତୁତ କରିଛନ୍ତ ସ୍ମେଲ୍ ଟ୍ରାକର ନାମକ ଏକ ଅନଲାଇନ୍ ପ୍ଲାଟଫର୍ମ । ଯାହା ସାହାଯ୍ୟରେ ଜଣେ ନିଜ ଘରେ ବସି ପରୀକ୍ଷା ଦ୍ୱାରା ଜାଣିପାରିବେ ତାଙ୍କର ଘ୍ରାଣ ଶକ୍ତି ପୂର୍ବଭଳି ଅଛି ନା ହ୍ରାସ ଘଟିଛି ।
ଏଥିପାଇଁ ଜଣଙ୍କୁ ତାଙ୍କ ନିଜ ଘରେ ଥିବା ମସଲା ଏବଂ ଅନ୍ୟ କେତେକ ବାସ୍ନାଯୁକ୍ତ ସାମଗ୍ରୀ ବାଛିବାକୁ ପଡ଼ିବ । ଅନଲାଇନ୍ ପ୍ଲାଟଫର୍ମରେ ଥିବା ପ୍ରଶ୍ନ ଅନୁସାରେ ସେସବୁକୁ ଘ୍ରାଣ କରି ଉତର ଲେଖିବାକୁ ପଡ଼ିବ । ସେହି ଅନୁସାରେ ଆର୍ଟିଫିସିଆଲ ଇଂଟେଲିଜେନ୍ସ ଯୁକ୍ତ ସର୍ଭରରୁ ସୂଚନା ଯିବ ସେ କୋରାନ ଦ୍ୱାରା ସଂକ୍ରମିତ ହୋଇଛନ୍ତି କି ନାହିଁ ଏବଂ ତାଙ୍କୁ ପରବର୍ତୀ ସମୟରେ କେଉଁସ୍ଥାନକୁ ଅଧିକ ପରୀକ୍ଷା ପାଇଁ ଯିବାକୁ ପଡ଼ିବ । ଇସ୍ରାଏଲରେ ତିଆରି ଏହି ସଫ୍ଟୱେୟାର ଏବେ ୯ଟି ଭାଷାରେ ଉପଲ୍ବଧ ଅଛି । ଏହା ସଫଳ ଭାବରେ ସଂକ୍ରମିତଙ୍କୁ ପ୍ରଥମ ଅବସ୍ଥାରେ ଚିହ୍ନଟ କରିପାରୁଛି ବୋଲି ସୂଚନା ଦେଇଛନ୍ତି ଗବେଷକମାନେ ।
