ସେମିତି ଚୌଦ୍ବାର ମ୍ୟୁନିପାଲିଟି ଅଫିସରୁ ୭ ଓ ୧୨ ନମ୍ବର ୱାର୍ଡର ଦୂରତା ଅତିବେଶୀରେ ୭ କିଲୋମିଟର ହୋଇଥିବା ବେଳେ ଏଠାରେ ୮୫ କିଲୋମିଟର ରହିଛି । ସେହିପରି ମ୍ୟୁନିସିପାଲିଟି ଅଫିସରୁ ୧୭ ନମ୍ବର ୱାର୍ଡର ଦୂରତା ୬୨ କିଲୋମିଟର ବୋଲି ପକାଇଛନ୍ତି ମ୍ୟୁନିସିପାଲିଟି କର୍ମଚାରୀ । କେଉଁଠି ୫ ଗୁଣା ତ ଆଉ କେଉଁଠି ୧୦ ଗୁଣା । ଆଖି ବୁଜି କାଗଜ କଲମରେ ଦୂରତା ବଢାଇ ତେଲ ଚୋରି କରିଛନ୍ତି ସରକାରୀ ଅଧିକାରୀ ।
ଚୌଦ୍ବାର ମ୍ୟୁନିସିପାଲିଟିର ରେଜିଷ୍ଟରରେ ତେଲ ଚୋରି ପାଇଁ ବଢୁଛି ଦୂରତା । ଅଫିସ କାମରେ ମ୍ୟୁନିସିପାଲିଟି ଅଫିସରୁ ଗାଡି ନେଇ ବାହାରୁଥିବା କର୍ମଚାରୀଙ୍କ କଳା କାରନାମା । ବଡ କଥା ହେଉଛି ଲୁଟ୍ ପାଇଁ ୧୯ ୱାର୍ଡକୁ ୨୧ ବୋଲି ଦର୍ଶାଇଛନ୍ତି ଅଧିକାରୀ । ପାଖାପାଖି ୩୦ ଲକ୍ଷ ଟଙ୍କାରୁ ଅଧିକ ଘୋଟାଲା ହୋଇଥିବା ଅଭିଯୋଗ ହୋଇଛି । ହେଲେ ଏବେସୁଦ୍ଧା ଏହି ଘଟଣାରେ ହୋଇନାହିଁ କୌଣସି କାର୍ଯ୍ୟାନୁଷ୍ଠାନ ।
ଆହୁରି ଅଧିକ ଓଡିଶା ଖବର ପଢନ୍ତୁ...