ତେବେ ଏଠାରେ ଜଣେ ଦଲାଲ ତାଙ୍କୁ ଏକ ଘରୋଇ ନର୍ସିଂହୋମ ନେଇଥିଲେ । ତେବେ ପ୍ରସବ ପରେ ମେଡିକାଲ ପକ୍ଷରୁ ତାଙ୍କୁ ୨୫ହଜାର ଟଙ୍କା ମଗାଯାଇଥିଲେ । ଏପରିକି ଟଙ୍କା ନଦେଲେ ପତ୍ନୀ ଓ ଶିଶୁକୁ ଛାଡିବେନି ବୋଲି ମେଡିକାଲ ପକ୍ଷରୁ ଚେତାବନୀ ଦିଆଯାଇଥିଲା । ଶେଷରେ ଯୁବକ ଜଣକ ହତାଶ ହୋଇ ଆତ୍ମହତ୍ୟା କରିଛନ୍ତି ।
ଘରୋଇ ନର୍ସିଂହୋମର ଜୁଲମ: ଟଙ୍କା ପାଇଁ ବନ୍ଧା ପଡିଲେ ନବଜାତକ ଓ ପ୍ରସୂତୀ, ନିରାଶ ହୋଇ ଆତ୍ମହତ୍ୟା କଲେ ଯୁବକ

କେନ୍ଦ୍ରାପଡା: ଘରୋଇ ନର୍ସିଂହୋମର ଜୁଲମ । ଟଙ୍କା ପାଇଁ ପ୍ରସୂତୀ ଓ ଶିଶୁକୁ ଛାଡିଲାନି । ଶେଷରେ ହତାଶ ହୋଇ ଆତ୍ମହତ୍ୟା କଲା ଯୁବକ । ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡାରେ । କେନ୍ଦ୍ରାପଡା ପାଟକୁରା ନିର୍ବାଚନ ମଣ୍ଡଳୀ ଗରଦୁପର ବ୍ଳକ ବ୍ରହ୍ମପୁର ଗାଁର ବିକାଶ ମଳିକ ନାମକ ଜଣେ ବ୍ୟକ୍ତି ନିଜ ସ୍ତ୍ରୀର ପ୍ରସବ ପାଇଁ ତାଙ୍କୁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।
Download Argus News App
