
ଯାଜପୁର: ନବବଧୂ ହତ୍ୟାକାଣ୍ଡରେ ଦୋଷୀକୁ ମିଳିଛି ଆଜୀବନ ଦଣ୍ଡାଦେଶ । ମିଳିଛି ମୃତ କୁସୁମ ଲତାଙ୍କ ଆତ୍ମାକୁ ନ୍ୟାୟ । ୨୦୧୪ ମସିହା ନଭେମ୍ୱର ୧୪ରେ ପାଣି କୋଇଲି ଥାନା ଅନ୍ତର୍ଗତ ଶ୍ଵଳପାଟ ଗ୍ରାମରେ ନୂଆ କରି ବଧୂ ସାଜିଥିବା କୁସୁମ ଲତାଙ୍କୁ ଅତି ନିର୍ମମ ଭାବେ ତାଙ୍କ ଶାଶୁ ଘର ଲୋକେ ହତ୍ୟା କରିଥିଲେ । ତେବେ ଏନେଇ ପରିବାରର ଚାରି ଜଣଙ୍କୁ ଆଜୀବନ କାରାଦଣ୍ଡ ଶୁଣାଣି କରିଛନ୍ତି ଜିଲ୍ଲା ଅତିରିକ୍ତ ଦୌରା ଜର୍ଜ । ନବବଧୂ ହତ୍ୟାକାଣ୍ଡରେ ସ୍ଵାମୀ ସମେତ ଶାଶୁ ଶ୍ୱଶୁର ଓ ନଣନ୍ଦଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।


ଏହାପରେ କୁସୁମଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ ତାଙ୍କ ପରିବାର ଲୋକେ। ପ୍ରକୃତ ଘଟଣାକୁ ତଦନ୍ତ କରି କୁସୁମର ପରିବାର ବର୍ଗର ସ୍ଵାମୀ ଅକ୍ଷପାଲ ସମେତ ଶ୍ୱଶୁର ଲକ୍ଷ୍ମୀଧର ପାଲ , ଶାଶୁ ସୁଭଦ୍ରା ପାଲ , ଓ ଦିଅର ଅଜୟ ପାଲ ଏବଂ ନଣନ୍ଦକୁ ଦୋଷୀ ସାବ୍ୟସ୍ତ କରି ଜେଲ ପଠାଯାଇଥିଲା । କେସ ଚାଲୁଥିବା ଅବସ୍ଥାରେ କୌଣସି କାରଣ ବସତ ଜେଲ ଭିତରେ ମୃତ୍ୟୁ ବରଣ କରିଥିଲା । ଆଜି ଜିଲ୍ଲା ଅତିରିକ୍ତ ଦୌରା ଜଜ୍ ପ୍ରଶାନ୍ତ କୁମାର ନାୟକ ଉକ୍ତ କେଶର ଶୁଣାଣି କରି ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।
