ଅର୍ଗସ ବ୍ୟୁରୋ : ଖରାପ ରାସ୍ତାରେବି ଆରାମରେ ଯାଉଛି ଗାଡି । ନା ପ୍ରତିବନ୍ଧକ ସାଯିଛି ଖାଲଖମା, ନାଁ ଅଣ ଓସାରିଆ ରାସ୍ତା । ନେକ୍ସା ଗ୍ରାଣ୍ଡ ଭିଟାର ନୂଆ ଫିଚର ଖରାପ ରାସ୍ତାରେ ମଧ୍ୟ ଦେଉଛି ଆରାମ ଦାୟକ ସ ବାରିର ମଜା । ଆଉ ଏଥିପାଇଁ କମ୍ପାନୀ ତରଫରୁ ଆରମ୍ଭ ହେଉଛି ଅଫ୍ ରୋଡିଂ ଟ୍ରାକର ବ୍ୟବସ୍ଥା । ଏହି ଅଫ ରୋଡ଼ରେ ଜଣେ ଗାଡି ଚଳାଇବା ବେଳେ ବିଭିନ୍ନ ବାଧାବିଘ୍ନ ଦେଇ କେମିତି ଗାଡି ଚଳାଯିବ ତାହା ଅନୁଭବ କରିହେବ । ଏଥିପାଇଁ ୩ ଦିନରେ ୩୦୦ ରୁ ଅଧିକ ଗ୍ରାହକ ପଞ୍ଜିକରଣ କରିଛନ୍ତି ।
ଏହି ଅଫ ରୋଡ଼ କାର୍ଯ୍ୟକ୍ରମ ରେ ଭାଗ ନେଇ ନିଜ ନିଜର ଅଭିଜ୍ଞତା ବଖାଣି ଛନ୍ତି କିଛି ଗ୍ରାହକ । ସେ କହିଛନ୍ତି ଏହି ଗ୍ରାଣ୍ଡ ଭିଟାରା ରେ ବସିବାର ମଜା ହିଁ କିଛି ଅଲଗା ପ୍ରକାରର । ମାରୁତି ଗାଡ଼ିରେ ଏଭଳି ଅଫରୋଡିଂ ହେବା ଏକ ପ୍ରକାର ଅସମ୍ଭବ ଲାଗୁଥିଲା କିନ୍ତୁ ବସି ନିଜେ ଦେଖିଲା ପରେ ଜାଣିପାରିଲି କି ଏହି ଗାଡି ମଧ୍ୟ ଖରାପ ରୋଡ଼ରେ ଆରମରେ ଯାଇପାରିବ । ଆଗକୁ ମଧ୍ୟ ମାରୁତି କମ୍ପାନୀ ଏଭଳି ଭଲ ଗାଡି ଆସୁ ବୋଲି ଆଶାବାଦୀ ଅଛୁ ବୋଲି କହିଛନ୍ତି ଗ୍ରାହକ ।