ଆଜି ଦ୍ଵିତୀୟ ଦିନରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ , ମେୟର ସୁବାସ ସିଂ , କଟକ ଜିଲ୍ଲାପାଳ ପ୍ରମୁଖ ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି। ଶ୍ରଦ୍ଧାଳୁ ମାନେ କିଭଳି ସୁରକ୍ଷିତ ଭାବେ ନିଜ ନିଜ ଟେଣ୍ଟରେ ରହିଵେ ସେଥିପାଇଁ ଜିଲ୍ଲା ପ୍ରଶାସନ, ପୋଲିସ ଓ ଅଗ୍ନିଶମ ଵାହିନୀ ପକ୍ଷରୁ ସମସ୍ତ ଵ୍ୟଵସ୍ଥା କରାଯାଇଛି। ଏହା ସହ ସମ୍ମିଳନୀ ଓ ନିଵାସ ସ୍ଥାନର ପରିମଳ ଵ୍ୟଵସ୍ଥାର ଦାୟିତ୍ଵ ସି.ଏମ୍.ସି କର୍ତ୍ତୃପକ୍ଷ ନେଇଛନ୍ତି।
କଟକରେ ନିଗମାନନ୍ଦଙ୍କର ଭକ୍ତ ସମ୍ମିଳନୀ

ଅର୍ଗସ ବ୍ୟୁରୋ: କଟକ ଉପର ଵାଲିଯାତ୍ରା ପଡିଆରେ ଆରମ୍ଭ ହୋଇଛି ନିଗମା ନନ୍ଦଙ୍କର ପ୍ରାଦେଶିକ ଭକ୍ତ ସମ୍ମିଳନୀ। ଏହି 72ତମ ଭକ୍ତ ସମ୍ମିଳନୀ ତିନି ଦିନ ଧରି ଚାଲିବ। ରାଜ୍ୟ, ଦେଶ ତଥା ଦେଶ ଵାହାରୁ ହଜାର ହଜାର ଶ୍ରଦ୍ଧାଳୁ ଏହି ଭକ୍ତ ସମ୍ମିଳନୀରେ ଯୋଗ ଦେଇଛନ୍ତି। ଵାଲିଯାତ୍ରା ପଡିଆରେ ପ୍ରାୟ 10 ହଜାର ଶ୍ରଦ୍ଧାଳୁ ରହିଵାର ଵ୍ୟଵସ୍ଥା କରାଯାଇଛି। ଏହା ସହ ପ୍ରତ୍ୟେକ ଦିନ କୋଡିଏରୁ ତିରିଶ ହଜାର ଶ୍ରଦ୍ଧାଳୁ ସମ୍ମିଳନୀରେ ଯୋଗ ଦେଵେ ଵୋଲି ଆୟୋଜକ କହିଛନ୍ତି।
Download Argus News App
