ଲୋୟର ପିଏମ୍ଜିରେ ଆୟୁଷ ଡାକ୍ତରଙ୍କ ଗର୍ଜନ । ବ୍ୟାରିକେଡ୍ ଭାଙ୍ଗିବା ସହ ଜୋରଦାର ବିକ୍ଷୋଭ । ବିଧାନସଭା ସମ୍ମୁଖକୁ ଧଶେଇ ପଶିବାକୁ ଉଦ୍ୟମ । ବିଭିନ୍ନ ଦାବି ନେଇ ୨୫ ଦିନ ଧରି ଆନ୍ଦୋଳନ କରୁଛନ୍ତି ଆୟୁଷ ଡାକ୍ତର ।
ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: ନିଖିଳ ଓଡ଼ିଶା ଆୟୁଷ ଛାତ୍ରସଂଘର ଆନ୍ଦୋଳନ । ଗତ ୩୧ ତାରିଖରୁ ରାଜ୍ୟର ୭ଟି ଆୟୁଷ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିଲେ । ଏହାସହ ରୋଗୀ ସେବା ମଧ୍ୟ ନିରନ୍ତର ଭାବେ ଜାରି ରଖିଥିଲେ । କିନ୍ତୁ ରାଜ୍ୟ ସରକାର ତାଙ୍କ ଦାବି ପୂରଣ ନକରିବାରୁ ରାଜରାସ୍ତାକୁ ଓହ୍ଲାଇଛି ଆୟୁଷ ଛାତ୍ରସଂଘ ।
ଲୋୟର ପିଏମ୍ଜିରେ ଆୟୁଷ ଡାକ୍ତରଙ୍କ ଗର୍ଜନ । ବ୍ୟାରିକେଡ୍ ଭାଙ୍ଗିବା ସହ ଜୋରଦାର ବିକ୍ଷୋଭ । ବିଧାନସଭା ସମ୍ମୁଖକୁ ଧଶେଇ ପଶିବାକୁ ଉଦ୍ୟମ । ବିଭିନ୍ନ ଦାବି ନେଇ ୨୫ ଦିନ ଧରି ଆନ୍ଦୋଳନ କରୁଛନ୍ତି ଆୟୁଷ ଡାକ୍ତର ।
ଆହୁରି ପଢନ୍ତୁ ଓଡିଶା ଖବର...
ଭୁବନେଶ୍ବର : ପ୍ରେମିକା ଘର ଭିତରୁ ପ୍ରେମିକ ର ମୃତଦେହ ଉଦ୍ଧାର ।ମୃତ ଯୁବକ ଜଣକ ହେଉଛନ୍ତି ପପୁନି ସ୍ୱାଇଁ । ନିମାପଡା ଅଞ୍ଚଳରେ ପପୁନିଙ୍କ ଘର । ସେ ପିଏଚଡି ମିସ୍ତ୍ରୀ ଭାବେ କାମ କରୁଥିଲେ ।
ଅଧିକ ପଢନ୍ତୁ ଓଡିଶା ଖବର
ଆଜି ସକାଳେ ଭୁବନେଶ୍ବର ଆସି ଶିଶୁପାଳଗଡ଼ ପ୍ରେମିକା ଘରେ ରହିଥିଲେ । ଘଟଣା ସ୍ଥଳରେ ଧଉଳି ପୋଲିସ ପହଂଚି ଶବକୁ ଜବତ କରିଛି । ଯୁବକଙ୍କ ମୃତ୍ୟୁର କାରଣ ଖୋଜୁଛି ପୋଲିସ ।
ବଲାଙ୍ଗୀର : ଟିଟିଲାଗଡ଼ ଥାନା ଅନ୍ତର୍ଗତ କତରକେଲା ଗାଁ ନିକଟରେ ଏକ୍ ପିକଅପ୍ ଭ୍ୟାନ ଭାରସାମ୍ୟ ହରାଇ ଓଲଟି ପଡିବାରୁ 14 ରୁ ଅଧିକ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ଙ୍କ ମଧ୍ୟରେ ଅନେକ୍ ଶିଶୁ ଓ ମହିଳା ରହିଛନ୍ତି. ମିଳିଥିବା ସୂଚନା ଅନୁସାରେ ମୁରିବାହାଲ ଥାନା ଅନ୍ତର୍ଗତ ହଳଦୀ ଗାଁ ର ଭୁଏପଡା ଗାଁ ରୁ ପ୍ରାୟ 20/25 ଜଣ କଳାହାଣ୍ଡି ଜିଲ୍ଲା ଯୋଗୀମୁଣ୍ଡାକୁ ବଣ ଭୋଜି କରିବାକୁ ଯାଉଥିବା ସମୟରେ ଟିଟିଲାଗଡ଼ ନିକଟ କତରକେଲା ନିକଟରେ ଭାରସାମ୍ୟ ହରାଇ ପିକଅପ୍ ଭ୍ୟାନ ଓଲଟି ପଡିଥିଲା ।
ଅଧିକ ପଢନ୍ତୁ : ଟ୍ରକକୁ ପଛପଟୁ ଧକ୍କା ଦେଲା ବସ: ୧୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ
ଗୁରୁତର ଆହତ ମାନଙ୍କୁ 108 ଆମ୍ବୁଲାନ୍ସ ମଧ୍ୟରେ ସ୍ଥାନୀୟ ଲୋକେ ଟିଟିଲାଗଡ଼ ହସ୍ପିଟାଲ ପହଞ୍ଚିଥିଲେ । ହସ୍ପିଟାଲରେ ବର୍ତ୍ତମାନ୍ ଆହତ ଙ୍କ ଚିକିତ୍ସା ଚାଲିଛି । ହେଲେ ବର୍ତ୍ତମାନ୍ ସୁଦ୍ଧା କିଛି ଆହତ ଙ୍କ ଅବସ୍ଥା ଗୁରୁତର ଥିବାରୁ ବଲାଙ୍ଗିର ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଛି।
ଅର୍ଗସ ବ୍ୟୁରୋ: ଗଂଜାମ ତାରାସିଙ୍ଗ ଥାନା ଗେରେଡା ମାଣପୁର ରାସ୍ତା କଡରେ ଗଦା କରାଯାଇଥିବା ଧାନ ଗଦାରେ ବିଳମ୍ବିତ ରାତିରେ ଜଣେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛି । ମାଣପୁର ଗାଁର ତିନି ଚାଷୀଙ୍କ ପାଞ୍ଚ ଗଦା ଧାନ ପୋଡି ପାଉଁଶ ହୋଇଯାଇଛି । ବାତ୍ୟା ଆସିବା ଭୟରେ ଜମିରୁ ଧାନ ବୋହି ଆଣି ସୁରକ୍ଷିତ ଭାବେ ରଖିବା ପାଇଁ ଚାଷୀ ମାନେ ରାସ୍ତାକଡ଼ରେ ଜମା କରିଥିଲେ ।
ରାତି ପ୍ରାୟ ୧୧ ଟା ସମୟରେ ହଠାତ ନିଆଁ ଦେଖିବା ପରେ ଚାଷୀ ମାନେ ଦୌଡି ଥିଲେ ଓ ନିଆଁ ଲଗାଇଥିବା ବ୍ୟକ୍ତିଙ୍କୁ ମଧ୍ୟ ଧରି ନେଇଥିଲେ ଓ ତାରସିଙ୍ଗ ପୁଲିସକୁ ଖବର ଦେଇ ଚାଷୀ ମାନେ ପୁଲିସକୁ ହସ୍ତାନ୍ତର କରିଛନ୍ତି ଓ କ୍ଷତି ପୂରଣ ପାଇଁ ଦାବି କରିଛନ୍ତି । ଗେରେଡା ଆର ଆଇ ଓ ସରପଞ୍ଚ ପ୍ରଦୀପ କୁମାର ସେଠୀ ପଂହଁଚି ଘଟଣାର ଅନୁସନ୍ଧାନ କରି ରିପୋର୍ଟ ପଠାଇଛନ୍ତି । ଏଥିରେ ଚାଷୀ ଜଗତ ନାଥ ପ୍ରଧାନ, ସନ୍ତୋଷ ପ୍ରଧାନ, ଜୟରାମ ପ୍ରଧାନ ଙ୍କ ଧାନ କ୍ଷତି ହୋଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: