ଭାରତ ବ୍ୟାତିତ ଭୁଟାନ, ତିବ୍ବତ ଓ ଜାପାନରେ ମଧ୍ୟ ମା’ ସରସ୍ବତୀଙ୍କୁ ପୂଜା କରାଯାଏ। ସନାତନ ମହାଶାସ୍ତ୍ର ବୃହତ ମେରୁ ତନ୍ତ୍ରର ବର୍ଣ୍ଣନାନୁସାରେ ଦେବୀ ମହା ସରସ୍ବତୀ ସପ୍ତ ବିଦ୍ୟା ରୂପେ ପ୍ରତିଭାତ ହୋଇଥାନ୍ତି l ସେମାନଙ୍କୁ କ୍ରମାନ୍ବୟରେ ଚିନ୍ତାମଣି ସରସ୍ବତୀ, ନୀଳ ସରସ୍ବତୀ, ଜ୍ଞାନ ସରସ୍ବତୀ, ତାରା ସରସ୍ବତୀ, ମେଧା ସରସ୍ବତୀ, ଅନ୍ତରୀକ୍ଷ ସରସ୍ବତୀ ଓ ତ୍ରିକୂଟ ସରସ୍ବତୀ ଭାବେ ଉପାସନା କରାଯାଏ।
ଏହି ସପ୍ତ ସାରଦାଙ୍କ ଭିତରେ ନୀଳ ସରସ୍ବତୀ ପ୍ରମୁଖ ଓ ପ୍ରାଚୀନ। ଯାହାଙ୍କ ପୂଜା ପଦ୍ଧତି ଭାରତ ଡେଇଁ ବିଦେଶକୁ ଯାଇଛି ବୋଲି ଗେବଷକମାନେ କୁହନ୍ତି। ସେ ପରାଵିଦ୍ୟା, ଦେବବିଦ୍ୟା ଓ ଶାସ୍ତ୍ରବିଦ୍ୟା ରୂପେ ମାତଙ୍ଗୀ, ତାରା ଓ ବୀଣାଧାରିଣୀ ରୂପେ ଋଗବେଦ ସଂହିତାରେ ବର୍ଣ୍ଣିତ ହୋଇଛନ୍ତି।
ଏହି ସରସ୍ବତୀଙ୍କ ପ୍ରଭାବ ଜ୍ଞାନ ଚର୍ଚ୍ଚା ଉପରେ ବିଶେଷ ଭାବରେ ପ୍ରାଚୀନ ସମୟରେ ସମାଜରେ ଅନୁଭୂତ ହେଉଥିଲା। ଏଣୁ କାଳକ୍ରମେ ବୌଦ୍ଧ ଓ ଜୈନ ଧର୍ମାବଲମ୍ବୀମାନେ ତାଙ୍କର ନୀଳ ସରସ୍ବତୀ ସ୍ୱରୂପକୁ ଆରାଧନା କଲେ l ତେଣୁ ଏହା ଭାରତ ବାହାରେ ମଧ୍ୟ ପ୍ରଚାର ଓ ପ୍ରସାର ଲାଭକଲା l ମହାକାଳ ଭୈରବ ଓ ଉଗ୍ରତାରାଙ୍କ ଜ୍ଞାନ ଚର୍ଚ୍ଚା ମାଧ୍ୟମରେ ସିଦ୍ଧ ନୀଳ ମହାବିଦ୍ୟା ରୂପେ ନୀଳ ସରସ୍ବତୀଙ୍କର ସ୍ୱରୂପ ନିର୍ଣ୍ଣୟ କରାଯାଇଛି l
ଭୁଟାନ ଓ ତିବ୍ବତରେ ନୀଳ ସରସ୍ବତୀଙ୍କୁ ୟାଙ୍ଗ ଚାଙ୍ଗ ମୋ ରୂପେ ଓ ଜାପାନରେ ମି ୟୁ କି ରୂପେ ପୂଜା କରାଯାଏ l ତେଣୁ ହିନ୍ଦୁ, ବୌଦ୍ଧ ଓ ଜୈନ ଏହି ତିନି ଧର୍ମଧାରାରେ ମା ନୀଳ ସରସ୍ବତୀ ପୂର୍ଣ୍ଣରୂପେ ଦେଶ ବିଦେଶରେ ଆଦୃତ ଲାଭ କରିଛନ୍ତି l
ବିଦେଶ ଖବର ଆହୁରି ପଢନ୍ତୁ ।