ବିଗତ ୨୫ ବର୍ଷ ଧରି କାର୍ଯ୍ୟରତ ଉଚ୍ଚ ଶିକ୍ଷିତ ତାଲିମ ପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଶିକ୍ଷାଦାନ କରି ଆସୁଛନ୍ତି । ବୃତ୍ତିଗତ କ୍ଷେତ୍ରରେ ଏହି ଶିକ୍ଷାନୁଷ୍ଠାନର ୨୫ ରୁ ଉର୍ଦ୍ଧ୍ବ ପ୍ରାକ୍ତନ ଛାତ୍ରଛାତ୍ରୀମାନେ ବିଦେଶରେ ଚାକିରୀ କରି ବାର୍ଷିକ ୨୦ ଲକ୍ଷରୁ ଆରମ୍ଭ କରି ୬୦ ଲକ୍ଷ ପ୍ୟାକେଜରେ କାମ କରୁଛନ୍ତି । ଆଗକୁ ମଧ୍ୟ ଏହି ଶିକ୍ଷାନୁଷ୍ଠାନ ପିଲାଙ୍କର ଭବିଷ୍ୟତ ଗଢିବା ଦିଗରେ ଚେଷ୍ଟିତ ରହିବ ବୋଲି କହିଛନ୍ତି ଶିକ୍ଷାନୁଷ୍ଠାନ ସମ୍ପାଦକ ସରୋଜ କୁମାର ସାହୁ ।
୨୫ ବର୍ଷରେ ପାଦ ଥାପିଲା ନିଳାଚଳ ପଲିଟେକନିକ

ଅର୍ଗସ ବ୍ୟୁରୋ : ୨୫ ବର୍ଷରେ ପାଦ ଥାପିଲା ନିଳାଚଳ ପଲିଟେକନିକ । ରାଜ୍ୟର ଅଗ୍ରଣୀ ବୈଷୟିକ ଶିକ୍ଷାନୁଷ୍ଠାନ ଭାବରେ ଏହା ବେଶ ଜଣାଶୁଣା । ଏ ବର୍ଷ ଏହି ଶିକ୍ଷାନୁଷ୍ଠାନ ତାର ରୌପ୍ୟ ଜୟନ୍ତୀ ପାଳନ କରୁଛି । ଆଜିର କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗ ଦେଇଛନ୍ତି । ଏଠାରେ ଉତ୍ତୀର୍ଣ୍ଣ ହେଉଥିବା ପିଲାମାନେ ବୃତ୍ତି କ୍ଷେତ୍ରରେ ରାଜ୍ୟ ତଥା ଦେଶର ନାମୀ କମ୍ପାନୀ ମାନଙ୍କରେ ସଫଳତାର ସହିତ କାମ କରୁଛନ୍ତି ।
Download Argus News App
