ଅର୍ଗସ ବ୍ୟୁରୋ: ସାମ୍ବାଦିକ ଲୋକନାଥ ଦଳେଇଙ୍କ ଗୋଡ଼ରେ ବେଡି ପକାଇ ପୋଲିସ ନିର୍ଯ୍ୟାତନା ଦେବା ପ୍ରତିବାଦରେ ଆଜି ନୀଳଗିରି ୧୨ ଘଣ୍ଟିଆ ବନ୍ଦଡାକରା ଦିଆଯାଇଛି । ନୀଳଗିରିର ସମସ୍ତ ରାଜନୈତିକ ଦଳ, ବିଭିନ୍ନ ସଂଗଠନର ମିଳିତ କ୍ରିୟାନୁଷ୍ଠାନ କମିଟି ଜନସାଧାରଣ, ସାମ୍ୱାଦିକ ସାମିଲ ହୋଇଛନ୍ତି । ଶିକ୍ଷାନୁଷ୍ଠାନ ଓ ଜରୁରୀକାଳୀନ ସେବା ଛାଡିଦେଲେ ଆଉ ସମସ୍ତ ଅଫିସ, ଦୋକାନ ବନ୍ଦ ହୋଇଛି । ସେରଗଡ଼ ଓ ଉଦଳା ରାଜ୍ୟରାଜପଥ ବନ୍ଦ କରି ଦିଆଯାଇଛି । ଏଭଳି ଘଟଣାକୁ ଚାରିଆଡେ ନିନ୍ଦା କରାଯାଇଛି ।
ଭୁବନେଶ୍ୱର: ଅକ୍ଟୋବର ପହିଲାରେ ଲଘୁଚାପ ସମ୍ଭାବନା । ସେପ୍ଟେମ୍ବର ୨୯ ତାରିଖ ବେଳକୁ ଉତ୍ତର ଆଣ୍ଡାମାନସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ପରବର୍ତ୍ତୀ ୪୮ଘଣ୍ଟାରେ ଉତ୍ତର ଆଣ୍ଡାମାନ ସାଗର ପାର୍ଶ୍ଵବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ ସମ୍ଭାବନା ରହିଛି।
ଏହି ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ। ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ସେହିପରି ବିଗତ 24 ଘଣ୍ଟାରେ ଉତ୍ତର ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଥିବା ବେଳେ ଦକ୍ଷିଣ ଓଡ଼ିଶାର କିଛି କିଛି ସ୍ଥାନରେ ମାଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି l ସର୍ବାଧିକ ବର୍ଷା ମୟୂରଭଞ୍ଜ ଜିଲ୍ଳାର କପ୍ତିପଦାଠାରେ ରେକର୍ଡ କରାଯାଇଛି l
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଭାରତ ଆଗରେ କାନାଡା ପିମ୍ପୁଡି ପରି। ଭାରତ ହାତୀ ହେଲେ କାନାଡା ପିମ୍ପୁଡି ବୋଲି କହିଲେ ଆମେରିକା ପ୍ରତିରକ୍ଷା ବିଭାଗ ପେଣ୍ଟାଗନର ପୂର୍ବତନ ଅଧିକାରୀ ମାଇକେଲ୍ ରୁବିନ୍। ଭାରତ ଉପରେ କାନାଡାର ଅଭିଯୋଗ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ରୁବିନ୍ କହିଛନ୍ତି, ସତ କହିବାକୁ ଗଲେ ଏଥିରେ ଭାରତ ଅପେକ୍ଷା କାନାଡା ପ୍ରତି ଅଧିକ ବିପଦ ରହିଛି। ଯଦି କାନାଡା ଯୁଦ୍ଧ କରିବାକୁ ବାହାରେ, ଏ କ୍ଷେତ୍ରରେ ହାତୀ ସହିତ ପିମ୍ପୁଡ଼ି ଯୁଦ୍ଧ ଘୋଷଣା କରିବା ପରି କଥା ହେବ। ଏହାର କାରଣ ହେଲା ଭାରତ ହେଉଛି ବିଶ୍ବର ବୃହତ୍ତମ ଗଣତନ୍ତ୍ର।
ବିଶେଷକରି, ଭାରତ ମହାସାଗର ବେସିନ୍ ଓ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚୀନ୍ର ପ୍ରାଧାନ୍ୟ ଓ ଅନ୍ୟାନ୍ୟ ସମସ୍ୟା ଦୃଷ୍ଟିରୁ ଦେଖିଲେ, ଭାରତର ରଣନୀତି କାନାଡାଠାରୁ ଢେର୍ ଉନ୍ନତ ବୋଲି କହିଛନ୍ତି ପେଣ୍ଟାଗନର ପୂର୍ବତନ ଅଧୀକାରୀ। ଏହା ସହିତ ଆମେରିକା , କାନାଡା ଏବଂ ଭାରତ ମଧଯରେ ନିଶ୍ଚିତ ଭାବରେ ଭାରତ କୁ ସମର୍ଥନ କରିବା ଠିକ୍ ହେବ ବୋଲି ମଧଯ ସେ କହିଛନ୍ତି।
ଅଧିକ ପଢ଼ନ୍ତୁ ଦେଶ ଖବର: