ତେବେ ସ୍ବାମୀ ଗିରଫ ହୋଇଥିବା ବେଳେ ଅନ୍ୟ ଅଭିଯୁକ୍ତ ମହିଳାଙ୍କୁ ଗିରଫ ଦାବିରେ ଧାରଣା ଦେଇଛନ୍ତି ମୃତ ମହିଳାଙ୍କ ପରିବାର ଲୋକେ । ମୟୁରଭଞ୍ଜ କପ୍ତିପଦା ଥାନା ଅନ୍ତର୍ଗତ ପ୍ରଶାନ୍ତ ମଣ୍ଡଳଙ୍କ ଝିଅ ସବିତା ମଣ୍ଡଳଙ୍କୁ ନୀଳଗିରି ବ୍ଲକ ବରହମପୁର ଥାନା ଅନ୍ତର୍ଗତ ଗରଡ଼ିହି ଗାଁର ମୁରଲୀଧର ବେହେରାଙ୍କ ପୁଅ ଦୀପ୍ତି କିଶୋର ବେହେରା 2018 ମସିହାରେ ବିବାହ କରିଥଲେ ।

ଅର୍ଗସ ବ୍ୟୁରୋ : ଥାନା ସମ୍ମୁଖରେ ଧାରଣା । ଅଭିଯୁକ୍ତକୁ ଗିରଫ ଦାବିରେ ନୀଳଗିରି ବରହମପୁର ଥାନା ସମ୍ମୁଖରେ ଉତ୍ତେଜନା ଦେଖାଯିବା ସହ ଓ ମୃତ ମହିଳାଙ୍କ ପରିବାର ଲୋକଙ୍କ ଧାରଣା ଦେଇଛନ୍ତି । ୧୭ ତାରିଖରେ ଗରଡ଼ିହି ଗ୍ରାମର ପରକିୟା ପ୍ରେମରୁ ସ୍ବାମୀ ନେଇଥିଲା ସ୍ତ୍ରୀର ଜୀବନ ।

ବାଲେଶ୍ୱର: ଭଙ୍ଗା ଯାଉଛି ବାହାନଗା ହାଇସ୍କୁଲର ଘର । ମୃତଦେହ ରଖାଯାଇଥିବା ସ୍କୁଲ ଘର ଭଙ୍ଗାଚାଲିଛି । ସ୍କୁଲ ପରିଚାଳନା କମିଟିର ଉପସ୍ଥିତିରେ ସ୍କୁଲ ଘର ଭଙ୍ଗାଯାଉଛି । ଗତକାଲି ଜିଲ୍ଲାପାଳଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ସ୍କୁଲ ପରିଦର୍ଶନ କରି ଅଭିଭାବକ ଓ ପରିଚାଳନା କମିଟି ସହ ଆଲୋଚନା କରିଥିଲେ ।
ପରିଚାଳନା କମିଟି ଚାହିଁଲେ ସ୍କୁଲଘର ଭଙ୍ଗାଯିବ ବୋଲି କହିଥିଲେ ବାଲେଶ୍ବର ଜିଲ୍ଲାପାଳ । ଟ୍ରେନ୍ ଦୁର୍ଘଟଣାରେ ମୃତଦେହ ଗୁଡ଼ିକ ସ୍କୁଲ ଘରେ ଥିବାରୁ ସ୍କୁଲ ଆସିବାକୁ ମନା କରିଥିଲେ ଛାତ୍ରଛାତ୍ରୀ । ସ୍କୁଲ ଯିବାକୁ ପିଲା ଭୟ କରୁଥିବାରୁ ଘରକୁ ଭଙ୍ଗା ଯାଉଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର

ଜଗତସିଂହପୁର: ଜଗତସିଂହପୁରରେ କାଳବୈଶାଖିର ତାଣ୍ଡବ। ବଜ୍ରାଘାତରେ ଚାଲିଗଲା ଦୁଇ ଜୀବନ। ଗତକାଲି ଅପରାହ୍ନରେ କାଳ ବୈଶାଖି ତାଣ୍ଡବ ରଚିଥିଲା।
ଜଗତସିଂହପୁର ନାଲିବର ସାମଲ ସାହିର ନାରାୟଣ ଦାସ ବିଲକୁ ଛେଳି ଗାଈ ଚରାଇବାକୁ ଯାଇଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ସେପଟେ ତଇଦୁଲ ପାଇକ ନାମକ ଯୁବକ ଗଛମୂଳରେ ଛିଡା ହୋଇଥିବା ବେଳେ ବଜ୍ରାଘାତରେ ପ୍ରାଣ ହରାଇଛନ୍ତି।
ଅଧିକ ପଢନ୍ତୁ ଓଡ଼ିଶା ଖବର

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଂଚଳରେ କାଳବୈଶାଖୀର ମହତାଣ୍ଡବ ଦେଖିବାକୁ ମିଳିଛି । ଭାଙ୍ଗି ଦେଇଛି ଅନେକ ଘର ସହିତ ଲକ୍ଷାଧିକ ଟଙ୍କାର ଫାର୍ମ ହାଉସ । ଏଥିସହିତ ଗୋଟିଏ ନିରୀହ ଜୀବନ ମଧ୍ୟ ଅକାଳରେ ଚାଲି ଯାଇଛି । ମୃତକ ଜଣଙ୍କ କାମାକ୍ଷାନଗର ଥାନା ବାଲିଗୋରଡ଼ ପଂଚାୟତ ଅନ୍ତର୍ଗତ ନୂଆପାଣି ଗାଁର ଅଚ୍ୟୁତ ଦିଆଣି । ଅଚ୍ୟୁତ ବଜ୍ରାଘାତର ଶିକାର ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ସେହିପରି ନୂଆପାଣି ଗାଁର ପ୍ରକାଶ ସାମଲଙ୍କର ଫାର୍ମ ହାଉସଟି ଭାଙ୍ଗି ସମ୍ପୂର୍ଣ୍ଣ ଚୁନମାର ହୋଇଯାଇଛି ।
ଫଳରେ ଲକ୍ଷ ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଛି । ସେହିପରି ମହାବିରୋଡ଼ ଥାନା ଡୋଲିଆ -ସମାକୁଦ ରାସ୍ତାରେ ଏକ ବଡ଼ ଗଛ ଇଲେକ୍ଟ୍ରିକ ଖୁଣ୍ଟି ଉପରେ ଖସି ପଡିବା ଯୋଗୁଁ କଙ୍କଡାହାଡ଼-କେଉଁଝର ଯାତାୟାତ ଠପ ହୋଇଯାଇଛି । ଏଥିସହିତ ପ୍ରାୟ ୬ ଘଣ୍ଟା ଧରି ବିଦ୍ୟୁତ ସରବରାହ ବନ୍ଦ ରହିବା ସହ ପ୍ରାୟ ୨ ଘଣ୍ଟା ଧରି ଯାତ୍ରୀବାହୀ ବସ୍ ଅଟକି ରହିଥିଲା । ସେପଟେ ବଜ୍ରାଘାତରେ ଜଣେ ଚାଷୀଙ୍କର ମୃତ୍ୟୁକୁ ନେଇ ନୂଆପାଣି ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ଘଟଣା ସ୍ଥଳରେ କାମାକ୍ଷାନଗର ପୋଲିସ ଓ ରାଜସ୍ୱ ନିରୀକ୍ଷକ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
