ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ ଔପଦା ବ୍ଲକ ଅଧିନ ପଦ୍ମଲାଭପୁର ଗ୍ରାମର ମନରଞ୍ଜନ ନାୟକଙ୍କ ସ୍ତ୍ରୀ ଜ୍ୟୋସ୍ନାରାଣୀ । ଗତମାସ ୨୯ ତାରିଖରେ ଝାରସୁଗୁଡା ଏସୋସିଏସନ ତରଫରୁ ଆୟୋଜିତ ଖେଲ ଇଣ୍ଡିଆରେ କିକ ବକ୍ସିଂ ପ୍ରତିଯୋଗିତାରେ ରାଜ୍ୟର ସମସ୍ତ ଜିଲ୍ଲାରୁ ଖେଳାଳି ଭାଗ ନେଇଥିଲେ । ଜ୍ୟୋତ୍ସ୍ନାରାଣୀ ବାଲେଶ୍ଵର ଜିଲ୍ଲାରୁ ଯାଇଥିବା ବେଳେ ସ୍ୱର୍ଣ୍ଣ ପଦକ ପାଇ ଜାତୀୟ ସ୍ତରକୁ ମନୋନୀତ ହୋଇଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସ୍ୱର୍ଣ୍ଣ ପଦକ ହାସଲ କରି ନୀଳଗିରିକୁ ନୁହେଁ ସାରା ଜିଲ୍ଲାକୁ ଗର୍ବ ଆଣିଦେଇଛନ୍ତି । ତେବେ ଖୁବ ଶୀଘ୍ର ଆସନ୍ତା ମାସ ସେ ଜାତୀୟ ସ୍ତରରେ ଖେଳିବେ ଓ ପଦକ ହାସଲ କରିବେ ବୋଲି ଲକ୍ଷ ରଖିଛନ୍ତି । ସେଥିପାଇଁ ଜୋରଦାର ପ୍ରସ୍ତୁତି ମଧ୍ୟ ଜାରୀ ରଖିଛନ୍ତି । ସେଥିପାଇଁ ସ୍ୱାମୀ ତାଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି । ଘରେ ବହୁ ହିସାବରେ ଯେତିକି କାର୍ଯ୍ୟ କରିବା ସହ ପଡ଼ିଆରେ ଓ ଘରେ ଖେଳ ପାଇଁ ଅଭ୍ୟାସ କରୁଛନ୍ତି । ଘରେ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବାରୁ ନୀଳଗିରି ଏକ ଘରୋଇ ସଂସ୍ଥାରେ ପାର୍ଟ ଟାଇମ ଚାକିରୀ ମଧ୍ୟ କରୁଛନ୍ତି ।
ବହୁର ପଦକ ହାସଲ ଖୁସିରେ କେବଳ ସ୍ୱାମୀ କି ଶାଶୁ ଶଶୁର ନୁହଁନ୍ତି ସାରା ନୀଳଗିରିରେ ଖୁସିର ଲହରୀ ଖେଳିଯାଇଛି । ବହୁ ଆମର ଘର ସବୁ କାମ କରେ । ଆମ ସେବା ସୁସୁର୍ଷା ମଧ୍ୟ କରେ ଏହା ସହ ଆମ ଝିଅ ହୋଇ ଖେଳରେ ପଦକ ବି ଜିତିଛି । ଆମେ ବହୁତ ଖୁସି ସେ ଆଗକୁ ଆହୁରି ପଦକ ଜିତିବ ଆମେ ଆଶୀର୍ବାଦ କରୁଛୁ ବୋଲି କହିଛନ୍ତି ଶାଶୁ ଶଶୁର । ଆମ ପଞ୍ଚାୟତର ଝିଅ ଆମ ପଞ୍ଚାୟତର ବହୁ ଆମ ପାଇଁ ସେ ଗର୍ବ ଓ ଗୌରବ ବୋଲି କହିଛନ୍ତି ଅଞ୍ଚଳବାସୀ ।