ମନୋଜଙ୍କ ପରିବାରଙ୍କ ସହ ଉକ୍ତ ଗ୍ରାମବାସୀମାନେ ନିମାପଡ଼ା - କୋଣାର୍କ ରାସ୍ତାର ଧୀରପୁର ଠାରେ ରାସ୍ତା ଉପରେ ଶବ ରଖି ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।
ପୁରୀ: ମୋ ବସରେ ଧକ୍କା ହୋଇଥିବା ଯୁବକଙ୍କର ମୃତ୍ୟୁ । ଗତ ୭ ତାରିଖ ଦିନ ନିମାପଡ଼ା -କୋଣାର୍କ ରାସ୍ତାର ଧୀରପୁର ଠାରେ ଏକ ମୋ ବସ ଧକ୍କାରେ ଧିରପୁର ଗ୍ରାମର ୩ଜଣ ଆହାତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ହେଲେ ଆଜି ମନୋଜ ମଲିକ ନାମକ ଜଣେ ଯୁବକଙ୍କ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁହୋଇଥିଲା। ଏହାର ପ୍ରତିବାଦରେ କ୍ଷତିପୂରଣ ଦାବି କରି ପ୍ରବଳ ଉତ୍ତେଜନା ଦେଖାଦେଇଛି ।
ମନୋଜଙ୍କ ପରିବାରଙ୍କ ସହ ଉକ୍ତ ଗ୍ରାମବାସୀମାନେ ନିମାପଡ଼ା - କୋଣାର୍କ ରାସ୍ତାର ଧୀରପୁର ଠାରେ ରାସ୍ତା ଉପରେ ଶବ ରଖି ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।