ଅର୍ଗସ ବ୍ୟୁରୋ: ନୂଆ ଷ୍ଟ୍ରେନ ପାଇଁ ସତର୍କତା । କରୋନା ମୁକାବିଲା ପାଇଁ ସଜାଗ ରହିଛି ରାଜ୍ୟ । ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି । କିନ୍ତୁ ନିୟମ ମାନି ଚଳିଲେ ସଂକ୍ରମଣ ଏଡାଇ ହେବ । ଏବେ ସଂକ୍ରମଣ ୫ଟା ରାଜ୍ୟରେ ବ୍ୟାପିଲାଣି । ଜୀବନ ଜୀବିକା ପାଇଁ ଲୋକେ ବାହାରକୁ ଯାଉଛନ୍ତି ।
ତେଣୁ ସଂକ୍ରମଣ ହେବାର ଆଶଙ୍କା ରହିଛି । ଭଦ୍ରକର ଜଣେ ମହାରାଷ୍ଟ୍ର ଫେରନ୍ତା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ମାର୍ଚ୍ଚରୁ ୫୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟୀକା ଦିଆଯିବ । ଏବେ ସଂକ୍ରମଣ କମ ଥିବାରୁ କୋଭିଡ ହସ୍ପିଟାଲ ବନ୍ଦ ରହିଛି । ତେବେ ସଂକ୍ରମଣ ବଢିଲେ ପୁଣି ହସ୍ପିଟାଲ ଖୋଲାଯିବ ବୋଲି ସେ କହିଛନ୍ତି ।
ସେପଟେ ଆଜିଠୁ ରାଜଧାନୀରେ ଆରମ୍ଭ ହୋଇଛି କରୋନା ଚେକିଂ । ଚେକିଂ ପାଇଁ ଆକ୍ଟିଭ ରହିଛନ୍ତି ୫ଟି ସ୍କ୍ୱାର୍ଡ । ବିଶେଷ କରି ମଲ, ମାର୍କେଟ, ଛକ ଓ ବଜାର ଉପରେ ନଜର ରଖାଯାଇଛି । କମିସନରେଟ ପୋଲିସ ପକ୍ଷରୁ ଚଢାଉ କରାଯାଇଛି ।