ଅର୍ଗସ ବ୍ୟୁରୋ : ଦିନ ୧୧ଟା ବେଳେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ଓ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଫଳାଫଳ ଘୋଷଣା ସହ ପୁସ୍ତିକା ଉନ୍ମୋଚନ କରାଯାଇଥିଲା । ରାଙ୍କ ପାଇଥିବା ଛାତ୍ରଛାତ୍ରୀମାନେ ରାଜ୍ୟରେ ଥିବା ବିଭିନ୍ନ ସରକାରୀ ଓ ବେସରକାରୀ ବିଶ୍ବବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନ ଗୁଡିକରେ ପ୍ରଚଳିତ ୧୨ଟି ବୈଷୟିକ ଏବଂ ବୃତ୍ତିଗତ ପାଠ୍ୟକ୍ରମରେ ନାମ ଲେଖାଇ ପାରିବେ । www.ojee.nic.inରେ ରେଜଲ୍ଟ ଉପଲବ୍ଧ । ୨୩ ବିଷୟରେ ୨୩ ଜଣ ଟପ୍ପରଙ୍କ ନାଁ ଘୋଷଣା ହୋଇଛି ।
ଅଧିକ ପଢନ୍ତୁ : ଓଜେଇଇ ରେଜଲ୍ଟ, ବି-ଫାର୍ମରେ ସୌରଭ କୁମାର ପତି ଟପ୍ପର
ବି. ଫାର୍ମାରେ ସୌରଭ କୁମାର ପତି ଟପ୍ପର ହୋଇଥିବା ବେଳେ, ଲାଟେରାଲ ଏଣ୍ଟ୍ରି ଟେକନିକାଲ ଡିପ୍ଲୋମାରେ ରଜତ ଶତ୍ରୁଶଲ, ଲାଟେରାଲ ଏଣ୍ଟ୍ରି ଟେକନିକାଲ ବିଏସସିରେ ରକ୍ଷିତ ରାଜ ଗୁପ୍ତା, ଲାଟେରାଲ ଏଣ୍ଟି ଫାର୍ମରେ ସୁଭଶ୍ରୀ ମହାନ୍ତି ଟପ୍ପର ହୋଇଛନ୍ତି । ସେହିପରି ଏମବିଏରେ ସତ୍ୟଜିତ ସାହୁ, ଏମସିଏରେ ଅପୂର୍ବ ସୁନ୍ଦର ନାୟକ, ବି.କାଟ (ସିନେମାଟୋଗ୍ରାଫି ଓ ସାଉଣ୍ଡ ରେକଡ଼ିଂ)ରେ ପ୍ରିୟଙ୍କା ଦେ, ବି.କ୍ୟାଟ୍ ଇନ୍ ଫିଲ୍ମ ଏଡିଟିଂରେ ସଞ୍ଚାଲି ଗୁପ୍ତା ଟପ୍ପର ହୋଇଛନ୍ତି । ଏମ. ଫାର୍ମରେ ରଶ୍ମୀରଞ୍ଜନ ପାଣିଗ୍ରାହୀ, ଏମ. ଆର୍କରେ ପ୍ରିୟଙ୍କା କେଡିଆ, ଏମ. ପ୍ଲାନରେ ରୁପଲ ରତ୍ନପ୍ରିୟା ଟପ୍ପର ହୋଇଛନ୍ତି । ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ସତ୍ୟଜିତ ମହାନ୍ତି, ମେକାନିକାଲ ଇଂଜିନିୟରିଂରେ ସୁମିତ ପରିଡ଼ା, କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂରେ ଦୀପକ କୁମାର ସ୍ବାଇଁ ଟପ୍ପର ହୋଇଛନ୍ତି ।
ଓଜେଇଇ ଦେଇପାରିନଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆସନ୍ତା ୨୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ସ୍ପେଶାଲ ଓଜେଇଇ ହେବ । ଏଥିପାଇଁ ଜୁନ୍ ୧ ତାରିଖରୁ ପଞ୍ଜିକରଣ ଆରମ୍ଭ ହୋଇଥିବା ବେଳେ, ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଜୁନ୍ ମାସ ମଧ୍ୟରେ କାଉନ୍ସେଲିଂ ପ୍ରକ୍ରିୟା ଆରମ୍ଭ ହେବ ।