କନିଆଝଲାରେ କୌଣସି ଲୋକ ରୋଗ ଜ୍ୱର କିମ୍ବା ଗର୍ଭବତୀ ପୀଡିତା ହେଲେ ତାଙ୍କୁ ପାଞ୍ଚ କିଲୋମିଟର ଦୂରକୁ ଏକ ଖଟିଆ ସାହାଯ୍ୟରେ ବୋହି ନେବାକୁ ପଡ଼ିଥାଏ ।
ଗ୍ରାମବାସୀ ଗତ ନିର୍ବାଚନ ସମୟରେ କୋରାପୁଟ ଜିଲ୍ଲାପାଳଙ୍କ ପାଖକୁ ଯାଇ ଲିଖିତ ଆକାରରେ ଅଭିଯୋଗ କରିଥିଲେ । କିନ୍ତୁ ଆଜି ସୁଦ୍ଧା ଖଣ୍ଡେ ରାସ୍ତା ହୋଇପାରିଲା ନାହିଁ । ସେଥିପାଇଁ ଗ୍ରାମବାସୀ ନିଷ୍ପତ୍ତି ନେଇଛନ୍ତି ଯେ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଥମେ ରାସ୍ତା କରିବା ପରେ ଭୋଟ ଦେବେ । ନିର୍ବାଚନ ସମୟରେ ନେତାମାନେ ମାଳ ମାଳ ହୋଇ ଗାଆଁକୁ ଆସୁଛନ୍ତି ଓ ଅନେକ ପ୍ରତିଶ୍ରୁତି ଦେଉଛନ୍ତି କିନ୍ତୁ ଭୋଟ ସରିଗଲେ ଆଉ ପାଞ୍ଚ ବର୍ଷ ଦେଖା ମିଳୁନି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।