ଜାନୁଆରୀ ୧ ତାରିଖ ନୂଆ ବର୍ଷରୁ ହିଁ ରାଜ୍ୟର ସମସ୍ତ ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯିବ । ଏହି ନିୟମ ଜାନୁଆରୀ 1ରୁ ଫେବ୍ରୁଆରୀ 1 ଯାଏଁ ଲାଗୁ କରାଯିବ। ଭୋର ୫ଟାରୁ ରାତି ୧୦ଟା ଯାଏଁ ଦୋକାନ ବଜାର ଖୋଲା ରହିବ ।
କୌଣସି ଜାଗାରେ ଗହଳି ହେବନି, ଗହଳି କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରାଜନୈତିକ ସମାବେଶରେ ମୋଟ 100 ଜଣଙ୍କୁ ଅନୁମତି। ବିବାହ ଉତ୍ସବରେ ସର୍ବମୋଟ 250 ଲୋକଙ୍କୁ ଅନୁମତି। ଜାନୁଆରୀ ଶେଷ ଯାଏଁ କୌଣସି ଶିକ୍ଷାନୁଷ୍ଠାନ କରିପାରିବେନି ପିକନିକ୍। ଲୋକଙ୍କୁ ବଣଭୋଜି ବାରଣ, ସମୁଦ୍ର କୂଳରେ ଗହଳି ମନା।
ହୋଟେଲ୍, ମଲ୍ ଓ ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ବାରଣ କରାଯାଇଛି। ପୂର୍ବପରି ଅଡିଟୋରିୟମ, ସିନେମା ହଲ୍ 50%ରେ ଚାଲିବ। କୌଣସି ଧାର୍ମିକ ସମାବେଶ ଆୟୋଜନ ହୋଇପାରିବ ନାହିଁ।
ଯାତ୍ରାରେ ସର୍ବମୋଟ ହଜାରେ ଦର୍ଶକଙ୍କୁ ଅନୁମତି। କୌଣସିଠାରେ ବି ଜିରୋ ନାଇଟ୍ ସେଲିବ୍ରେସନ୍ ହୋଇପାରିବନି। ରେଷ୍ଟୁରାଣ୍ଟ, ହୋଟେଲ, ପାର୍କ ଓ କ୍ଲବରେ ଜିରୋ ନାଇଟ୍ ମନା ।