ସେହି ପରିପେକ୍ଷୀ ରେ ଆଜି ଏହି ନାମଯଜ୍ଞ ଆୟୋଜିତ ହୋଇଛି ଯେଉଥିରେ ବ୍ରାହ୍ମଣ ସମାଜ ର ଅନେକ ବୁଦ୍ଧିଜୀବୀ ଯଜ୍ଞ ରେ ସାମିଲ ହୋଇ ପ୍ରଭୁ ଙ୍କ ନାମ ନେଇଥିଲେ ଆଉ ପ୍ରଥନା କରିଛନ୍ତି ଯେ ଅତି ଶୀଘ୍ର ପ୍ରଭୁଙ୍କ ଦୟା ରେ ଟିଟିଲାଗଡ କୁ ଜିଲ୍ଲା ମାନ୍ୟତା ମିଳୁ।
ଜିଲ୍ଲା ଦାବି ପାଇଁ ମନ୍ଦିର ରେ ନାମଯଜ୍ଞ

ଅର୍ଗସ ବୁରୋ: ଟିଟିଲାଗଡକୁ ଜିଲ୍ଲା ଘୋଷଣା ଦାବି ରେ ସମର୍ଥନ ଜଣାଇ ସହର ର ବ୍ରାହ୍ମଣ ସମାଜ ପକ୍ଷରୁ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରେ ଗୀତା ଓ ବିଷ୍ଣୁ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ସୂଚନା ଅନୁସାରେ ଦୀର୍ଘ ବର୍ଷ ବର୍ଷ ଧରି ଟିଟିଲାଗଡ କୁ ଜିଲ୍ଲା ମାନ୍ୟତା ଦାବି ହୋଇ ଆସୁଛି ହେଲେ ସରକାର କେବଳ ପ୍ରତିଶ୍ରୁତି ଦେଇଆସୁଛନ୍ତି ହେଲେ ସରକାର ର ଏହି ପ୍ରତିଶ୍ରୁତି ପାଣି ର ଗାର ହୋଇ ରହିଯାଇଛି। ବିଗତ ଦିନ ରେ ପଦମପୁର କୁ ଜିଲ୍ଲା କରିବା ପାଇଁ ପ୍ରତିଶ୍ରୁତି ଏବଂ ଗତକାଲି ପୁଣି ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣ ରେ କହିବା 2023 ରେ ପଦମପୁର ଜିଲ୍ଲା ହେବ, ଟିଟିଲାଗଡ ର ଜିଲ୍ଲା ଦାବି କୁ ପୁଣି ତେଜ କରିଛି।
Download Argus News App
